ନ୍ୟାୟ ନପାଇବାରୁ ପୋଲିସ ଡିଜିଙ୍କୁ ଡାକ ଯୋଗେ ଅଭିଯୋଗ

0 187

ଫୁଲବାଣୀ,୨୮/୧୨:କନ୍ଧମାଳ ଜିଲ୍ଲା ଗୋଛପଡା ଥାନା ପୋଲିସ ନାବାଳିକା ଅପହରଣ କାରି ଙ୍କୁ ଆଜି ୮ମାସ ରେ ମଧ୍ୟ ଗିରଫ କରିନଥିବା ଯୋଗୁଁ ନାବାଳିକା ଝିଅର ବାପା ମା ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ଗୋଛାପଡା ଥାନା ଅନ୍ତର୍ଗତ ମୁସେଲିପାଙ୍ଗା ପଞ୍ଚାୟତ ର କଡ଼ିସରୁ ଗ୍ରାମର ରାଜପତି ଦିଗାଲ ଙ୍କର ନାବାଳିକା ଝିଅ ୧୫ କୁ ସେହିଗ୍ରାମର ମିଥୁନ ଦିଗାଲ ଓ ନିକଟସ୍ଥ ପକାରୀ ଗ୍ରାମର ଡଗର ଦିଗାଲ ତା ୨୫/୪/୨୦୨୦ ରିଖ ସନ୍ଧ୍ୟାବେଳେ ଘର ନିକଟ କୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ଅପହରଣ କରି କେଉଁଆଡ଼େ ନେଇଯାଇଥିବା ଘଟଣା ସମ୍ପର୍କରେ ଝିଅର ବାପା ଗୋଛପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ଗୋଛାପଡା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ କେସ ନଂ ୨୩/୨୦ ଦଫା ୩୬୩ ଲଗାଇ ଏକ ମକଦ୍ଦମା ରୁଜୁ କରିଥିଲେ ହେଲେ ଆସାମୀ କୁ ଖଜିଲେ ନାହିଁ କି କିମ୍ବା ଝିଅ ର ସମସ୍ୟା ସମ୍ପର୍କରେ ବୁଝିଲେ ନାହିଁ ଆମେ ଗୋଟିଏ ଦିନ ଗୋଟିଏ ରାତି ଖୋଜିବା ପରେ ବଲନ୍ଦା ପଡ଼ା ସୁତାଣୁ ଘାଟି ରୁ ଝିଅକୁ ପାଇ ଆଣି ଗୋଛାପୋଡ଼ ଥାନାରେ ପହଞ୍ଚାଇଥିଲୁ ।ହେଲେ ପୋଲିସ ଆମ ଘରକୁ ଯାଇ କିଛି ତଦନ୍ତ କଲେ ନାହିଁ । ବୋଲି ନାବାଳିକା ଝିଅ ର ବାପା ମା ଅଭିଯୋଗ କରିଛନ୍ତି । ଅପହରଣ କାରି ମିଥୁନ ଦିଗାଲ ସହିତ ଝିଅର ବାପା ର କିଛିଦିନ ତଳେ ଗଣ୍ଡଗୋଳ ହୋଇଥିଲା । ସେହି ସମୟରେ ମିଥୁନ ଦିଗାଲ ତମର କ୍ଷତି କରିବି ତୋର ଝିଅକୁ ଅପହରଣ କରି ନେଇ କେଉଁଆଡ଼େ ବିକ୍ରି କରିଦେବି କହିଥିବା ଅଭିଯୋଗ ହୋଇଛି । ତା ସହିତ ମିଥୁନ ଦିଗାଲ ଏବଂ ତାର କେତେ ଜଣ ସାଥି ରାଜପତି ଘରୁ ସେମାନେ ନଥିବା ସମୟରେ ମୋଟର ସାଇକେଲ ଚୋରି କରିଥିଲେ ସେ ସମ୍ପର୍କରେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ। ମିଥୁନ ଦିଗାଲ କୁଆଡେ ଗାଁରେ ବୁଲୁଛି ହେଲେ ମିଥୁନ ଦିଗାଲ କୁ ପୋଲିସ ଗିରଫ କରୁ ନାହିଁ। ଆସାମୀ କୁ ଗିରଫ କରୁନଥିବା ପୋଲିସ ର କାର୍ଯ୍ୟପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହେଉଛି । ନାବାଳିକା ଝିଅର ବାପା ଓ ମାଆ ଝୁଲି ଦିଗାଲ ନ୍ୟାୟ ପାଇବା ପାଇଁ କନ୍ଧମାଳ ଏସ ପି ଭିନୀତ ଅଗ୍ରୱାଲ ଙ୍କୁ ଅଭିଯୋଗ କରିଥିଲେ । ଘଟଣା ର ୮ ମାସ ବିତି ଯାଇଥିବାରୁ ନ୍ୟାୟ ନପାଇବାରୁ ପୋଲିସ ଡି ଜି ଙ୍କୁ ଡାକ ଯୋଗେ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × one =