ଡିଭିଲିୟର୍ସ ନାମରେ ଯୋଡି ହେଲା ଆଉ ଏକ ଆଇପିଏଲ ରେକର୍ଡ

0 285

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲର ୨୧ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାଜିତ କରି ରୋମାଞ୍ଚକ ବିଜୟ ହାସଲ କରିଛିଛ ଏହି ବିଜୟ ପରେ ଆରସିବି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି । ଏହି ରୋମାଞ୍ଚକ ବିଜୟର ଶ୍ରେୟ ଦିଆଯାଇଛି ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କୁ । ଆରସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟରେ ୧୭୧ ରନ କରିଥିଲା ।
ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୪ ୱିକେଟରେ ୧୭୦ ରନ କରିପାରିଥିଲା । ଡିବିଲିୟର୍ସ ୪୨ ବଲରେ ୭୫ ରନ କରିଥିଲେ । ଏଥିରେ ୩ଟି ଚୌକା ଓ ୫ଟି ଛକ୍କା ସାମିଲ ଅଛି । ଡ଼ିବିଲିୟର୍ସଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଦିଆଯାଇଥିଲା । ଆଇପିଏଲ୍ ଇତିହାସରେ ଡିଭିଲିୟର୍ସଙ୍କ ଏହା ୨୫ତମ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ।
ଏହା ସହ ଡିଭିଲିୟର୍ସ ଆଉ ଏକ ବଡ ରେକର୍ଡ କରିଛନ୍ତି । ୨୦୧୧ରୁ ଆରସିବି ଟିମରେ ଖେଳୁଥିବା ଡିବିଲିୟର୍ସ ଆଇପିଏଲରେ ୫ ହଜାର ରନ ପୁରା କରିଥିବା ଦ୍ୱିତୀୟ ବିଦେଶୀ ବ୍ୟାଟ୍ସମ୍ୟାନ । ଏହି ଲିଗରେ ତାଙ୍କର ୫ ହଜାର ୫୩ ରନ ହୋଇଛି । ଡିବିଲିୟର୍ସ ଦିଲ୍ଲୀ କ୍ୟାପିଟାଲ୍ସ ସହ ଆଇପିଏଲ୍ ମ୍ୟାଚ୍ ଆରମ୍ଭ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ସହ ସେ ୩ଟି ସିଜନ୍ ଖେଳିଥିଲେ । ସେ ଦିଲ୍ଲୀ ପାଇଁ ୨୮ ମ୍ୟାଚରେ ୬୭୧ ରନ୍ କରିଥିଲେ । ଆରସିବି ପାଇଁ ସେ ଏବେ ଯାଏଁ ୪ ହଜାର ୩୮୨ ରନ୍ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 13 =