ଶାସ୍ତ୍ରୀ-କୋହଲିଙ୍କ ଉପରେ ବିସିସିଆଇ ଖପ୍ପା, କାହିଁକି ଜାଣନ୍ତୁ

0 97

ନୂଆଦିଲ୍ଲୀ : ଓଭାଲ ଟେଷ୍ଟ ଜିତି ଦେଶକୁ ଗୌରବନ୍ୱିତ କରିଛି ଟିମ୍‌ ଇଣ୍ଡିଆ । କିନ୍ତୁ ବିସିସିଆଇ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ କ୍ୟାପଟେନ ବିରାଟ କୋହଲିଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି । କାରଣ ଗତ ସପ୍ତାହରେ ଶାସ୍ତ୍ରୀ ଏବଂ ବିରାଟ ଲଣ୍ଡନରେ ଏକ ଜନଗହଳିପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ପରେ ଶାସ୍ତ୍ରୀ ରବିବାର ଦିନ କରୋନା ସଂକ୍ରମିତ ହୋଇଥିଲେ ।
ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଶାସ୍ତ୍ରୀ ଏବଂ କୋହଲି ଅନ୍ୟ ଦଳର ସଦସ୍ୟଙ୍କ ସହ ବୁକ୍‌ ଲଞ୍ଚ ଇଭେଣ୍ଟକୁ ଯାଇଥିଲେ । ଉଭୟ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ଏହି ଇଭେଣ୍ଟକୁ ଯିବାକୁ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡରୁ ମଧ୍ୟ ଅନୁମତି ନେଇନଥିଲେ । ଇଭେଣ୍ଟରେ ବହୁତ ଲୋକଙ୍କ ସମାଗମ ହୋଇଥିଲା । ଏହି ଅବହେଳା ପାଇଁ ବିସିସିଆଇ ସେମାନଙ୍କ ଉପରେ ଖପ୍ପ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । କାରଣ ଏହି ଭୁଲ ଯୋଗୁଁ ସମଗ୍ର ଟିମ୍‌ ମେମ୍ବର୍ସକୁ କରୋନା ହୋଇପାରେ ଓ ସମଗ୍ର ଯାତ୍ରାକୁ ବିପଦରେ ପକାଇପାରେ ।
ଏହି ଘଟଣାର କିଛି ଦିନ ପରେ ଶାସ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ରବିବାର ବୋଲିଂ କୋଚ୍‌ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍‌ ଆର ଶ୍ରୀଧର ଶାସ୍ତ୍ରୀଙ୍କ ନିକଟତର ହୋଇଥିଲେ । ସୋମବାର ତାଙ୍କର ପରୀକ୍ଷା ରିପୋର୍ଟ ମଧ୍ୟ ପଜିଭିଟ ଆସିଛି । ଟିମ୍‌ ଫିଜିଓ ନିତିନ ପଟେଲ ଏବେ ବି ଅଲଗା ଅଛନ୍ତି ।
ସୋସିଆଲ ମିଡିଆରେ ଆସିଥିବା ଏହି ଇଭେଣ୍ଟର ଫଟୋ ବିସିସିଆଇ ସହିତ ସେୟାର କରାଯାଇଛି । ବୋର୍ଡ ଏହାର ତଦନ୍ତ କରିବ । ଶାସ୍ତ୍ରୀ ଏବଂ କୋହଲିଙ୍କଠାରୁ ମଧ୍ୟ ଜବାବ ମଗାଯିବ । ସୂଚନାନୁସାରେ, ଏହି ଘଟଣାରେ ବୋର୍ଡ ଲଜ୍ଜିତ ଅନୁଭବ କରୁଛି । ଏହି ପ୍ରସଙ୍ଗରେ ଦଳର ପ୍ରଶାସନିକ ପରିଚାଳକ ଗିରିଶଙ୍କ ଭୂମିକା ମଧ୍ୟ ବୋର୍ଡ ଅନୁସନ୍ଧାନ କରୁଛି । ବିସିସିଆଇ ବର୍ତ୍ତମାନ ଇଂଲିସ କ୍ରିକେଟ୍‌ ବୋର୍ଡ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ଭବିଷ୍ୟତରେ ଏଭଳି ଘଟଣା ଘଟିବ ନାହିଁ ବୋଲି ନିଶ୍ଚିତ କରିବାକୁ ଚେଷ୍ଟା କରୁଛି ।
ତେବେ ଏହି ଘଟଣା ପରେ ବର୍ତ୍ତମାନ ଇଂଲଣ୍ଡ ଏବଂ ଟିମ୍‌ ଇଣ୍ଡିଆକୁ ମଞ୍ଚେଷ୍ଟରରେ କଡା ନିୟମ ସାମ୍ନା କରିବାକୁ ପଡିବ । ସୂତ୍ରରୁ ପ୍ରକାଶ ଯେ ମଞ୍ଚେଷ୍ଟରରେ ଥିବା ବାୟୋବବଲ୍‌ ଅତ୍ୟନ୍ତ କଠୋର ହେବ । ଏହି ଟେଷ୍ଟ ପରେ ଆଇପିଏଲ୍‌ ମଧ୍ୟ ଆରମ୍ଭ ହେବ ଏବଂ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପାଇଁ ଖେଳାଳିମାନେ ବାୟୋବବଲ୍‌ କୁ ଯିବେ ।
ସୂତ୍ରରୁ ପ୍ରକାଶ ଯେ ଇଂଲଣ୍ଡ ଗସ୍ତ ପୂର୍ବରୁ ସଚିବ ଜୟ ଶାହା ଦଳର ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଥିଲେ । ଜନଗହଳିପୂର୍ଣ୍ଣ ଇଭେଣ୍ଟଠଆରୁ ଦୂରେଇ ରହିବା ଏବଂ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

seventeen + 7 =