କ୍ରିକେଟରମାନଙ୍କର ବେତନ କଟିବ

0 78

ଲଣ୍ଡନ : ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ବ୍ରିଟେନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଦେଶରେ ପ୍ରତିଦିନ ଶହଶହ ଲୋକ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଦେଖାଦେଇଛି । ବହୁ ବେସରକାରୀ ସଂସ୍ଥା ସାହାଯ୍ୟ ଯୋଗାଇ ଦେଉଛନ୍ତି । ଏବେ ଇଂଲଣ୍ଡର କ୍ରିକେଟ ବୋର୍ଡ(ଇସିବି) କାଉଣ୍ଟି କ୍ରିକେଟ ଖେଳୁଥିବା ସମସ୍ତ କ୍ରିକେଟରଙ୍କ ବେତନରେ କାଟ କରାଯିବ । ଅପ୍ରେଲ ଓ ମେ ମାସ ବାବଦକୁ ମିଳିବାକୁ ଥିବା ଦରମା କମ୍ ମିଳିବ । କେତେ ପ୍ରତିଶତ କଟାଯିବ ତାହା ବୋର୍ଡ ସ୍ପଷ୍ଟ କରିନାହିଁ । ବୋର୍ଡର ଏଭଳି ନିଷ୍ପତ୍ତିକୁ କାଉଣ୍ଟି କ୍ରିକେଟ ଖେଳୁଥିବା ଭାରତ ସମେତ ବିଭିନ୍ନ ଦେଶର କ୍ରିକେଟର ସମର୍ଥନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =