ଗୋଟିଏ ନାଁରେ ଦୁଇ ଖେଳାଳି

0 108

ମୁମ୍ବାଇ,: ଭାରତ ପାଇଁ ଏଭଳି ଦୁଇଜଣ କ୍ରିକେଟର ଖେଳିଛନ୍ତି ଯାହାଙ୍କ ନାମ ସମାନ । ସେହି ନାମଟି ହେଉଛି “ରବିନ ସିଂ’ । ତ୍ରିନିଦାଦରେ ଜନ୍ମିତ ରବିନ ସିଂ ଭାରତ ପାଇଁ ୧୯୮୯ ମସିହାରେ ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ୧୯୯୮ରେ ମଧ୍ୟ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ମିଳିଥିଲା । ଏହି ଜିମ୍ବାୱେ ବିପକ୍ଷ ସିରିଜ୍ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ସେଥିରେ ସେ ଭଲ ପ୍ରଦର୍ଶନ କରିନପାରିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଆଉ ଦଳରେ ସାମିଲ କରାଯାଇନଥିଲା । ସେହିପରି ଯେଉଁ ସମୟରେ ଏହି ରବିନ ସିଂ ଭାରତୀୟ ଦଳରେ ସାମିଲ ହୋଇଥିଲେ, ସେହି ସମୟରେ ଆଉ ଜଣେ ଖେଳାଳି ମଧ୍ୟ ଦଳରେ ସୁଯୋଗ ପାଇଥିଲେ । ତାଙ୍କ ନାମ ମଧ୍ୟ ରବିନ ସିଂ । ନାମ ସମାନ ହୋଇଥିବାରୁ ଏହି ଦ୍ୱିତୀୟ ରବିନଙ୍କୁ ରବିନ ସିଂ ଜୁନିଅର ବୋଲି ନାମିତ କରାଯାଇଥିଲା । ସେ ମଧ୍ୟ ଟେଷ୍ଟ ଟିମରେ ସାମିଲ ହୋଇଥିଲେ । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ତାଙ୍କୁ ୧୯୯୯ରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ପ୍ରଦର୍ଶନ ଖରାପ ହେବାରୁ ତାଙ୍କୁ ଭବିଷ୍ୟତରେ ଆଉ କୌଣସି ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯାଇନଥିଲା ।

hiranchal ad1
Leave A Reply

Your email address will not be published.

13 + 2 =