ଆକଶ ଚୋପ୍ରାଙ୍କ ସର୍ବକାଳୀନ ଟି-୨୦ ଟିମ୍ : ସ୍ଥାନ ପାଇଥିବା ଖେଳାଳି ଖେଳିନାହାନ୍ତି ଟି-୨୦ ମ୍ୟାଚ୍‌

0 90

ମୁମ୍ବାଇ: ଭାରତର ପୂର୍ବତନ ସଫଳ ବ୍ୟାଟ୍ସମ୍ୟାନ ତଥା ପରବର୍ତ୍ତୀ ସମୟର ଭାଷ୍ୟକାର ଆକାଶ ଚୋପ୍ରା ତାଙ୍କର ସର୍ବକାଳୀନ ଟି-୨୦ ଟିମ ଘୋଷଣା କରିଛନ୍ତି । ତେବେ ଯେଉଁ ବିଷୟକୁ ନେଇ ଏହି ଟିମ ଉପରେ ଚର୍ଚ୍ଚା ହେଉଛି ତାହା ହେଉଛି ଖେଳାଳି ଚୟନ । ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଯେ, ଆକାଶ ଚୋପ୍ରା ଯେଉଁମାନଙ୍କୁ ତାଙ୍କର ଏହି ଟିମରେ ସ୍ଥାନ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଲେ ବି ଖେଳାଳି ଟି-୨୦ ଟୁର୍ନାମେଣ୍ଟ ଖେଳିନାହାନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଏହି ଟିମରେ ଜଣେ ମାତ୍ର ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି । ସେ ହେଉଛନ୍ତି କପିଳ ଦେବ । ଉଲ୍ଲେଖଯୋଗ୍ୟ ଯେ, କପିଳ ଦେବ କେବେବି ଟି-୨୦ ମ୍ୟାଚ୍ ଖେଳିନାହାନ୍ତି । ଟିମରେ ସ୍ଥାନ ପାଇଥିବା ଖେଳାଳିମାନଙ୍କ ମଧ୍ୟରେ ଗର୍ଡନ ଗ୍ରୀନିଜ, ରିଚାର୍ଡ, ବ୍ରାଏନ ଲାରା, ସାର ଭି ରିଚାର୍ଡ, ଇମ୍ରାନ ଖାନ, ୟାନ୍ ବୁଥାମ, ସାର ଗ୍ୟାରୀ ସବର୍ସ, ଆଣ୍ଡି ଫ୍ଲାୱାର, ୱାସିମ ଆକ୍ରମ, ଜେ.ଗାନର । ଇମ୍ରାନ ଖାନଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଆଣ୍ଡି ଫ୍ଲାୱାର ଉଇକେଟ କିପର ଭାବେ ସ୍ଥାନ ପାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଇଂଲଣ୍ଡରେ ଟି-୨୦ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା । ସେହିପରି ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ୨୦୦୬ ମସିହାରେ ଅଷ୍ଟ୍ରେଲିଆରେ ଖେଳାଯାଇଥିଲା । ଆକାଶ ଚୋପ୍ରାଙ୍କ ଏଭଳି ଏକ ଦଳ ଗଠନ ବିଶ୍ୱକ୍ରିକେଟରେ ବର୍ତ୍ତମାନ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

hiranchal ad1
Leave A Reply

Your email address will not be published.

ten + seven =