ଲକଡାଉନ ବୃଦ୍ଧି ସପକ୍ଷରେ ୭୭ପ୍ରତିଶତ ଭାରତୀୟ

0 109

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ କମୁନଥିବାରୁ ତାହା ଉଭୟ କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାର ପାଇଁ ସବୁଠୁ ବଡ ଚିନ୍ତାର କାରଣ ହୋଇଛି । ସଂକ୍ରମଣ ବଢୁଥିବାରୁ ସରକାର ଲକଡାଉନ ଅବଧି ବୃଦ୍ଧି କରିବା ଉପରେ ବର୍ତ୍ତମାନ ବିଚାର କରୁଛନ୍ତି । ଏହାରି ମଧ୍ୟରେ ଲକଡାଉନକୁ ନେଇ ଏକ ସର୍ଭେ କରାଯାଇଥିଲା । ସର୍ଭେରେ ଲୋକମାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଲକଡାଉନ ଅବଧି ବୃଦ୍ଧି କରାଯିବାର ଆବଶ୍ୟକତା ଅଛି କି ନାହିଁ ? ଏହା ଉପରେ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଥିଲେ । ୭୭ ପ୍ରତିଶତ ଲୋକ କହିଥିଲେ ଯେ, ଲକଡାଉନ ଅବଧି ବୃଦ୍ଧି କରାଯିବା ଦରକାର । କେବଳ ସେତିକି ନୁହେଁ, ଅମାନିଆ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆହୁରି କଠୋର ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ । ଆଉ କିଛି ଲୋକ କହିଥିଲେ ଯେ, ଲକଡାଉନକୁ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଉ । ସେହିପରି ୬ ପ୍ରତିଶତ ଲୋକ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଢାଇ ଦିଆଯିବା ଉଚିତ୍ ବୋଲି ମତ ଦେଇଥିଲେ । କେତେକ ଲୋକ କହିଥିଲେ ଯେ, ଯେଉଁ ଜିଲ୍ଲାଗୁଡିକରେ ଆଉ ନୂଆ ମାମଲା ବାହାରୁ ନାହିଁ ସେହି ଜିଲ୍ଲାଗୁଡିକରୁ ଲକଡାଉନକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନିଆଯାଉ । ସେହିପରି କେତେକ ରାଜ୍ୟର ଲୋକ କହିଥିଲେ ଯେଉଁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦ରୁ କମ୍ ସେଠାରୁ ଏହି କଟକଣାକୁ ପ୍ରତ୍ୟାହାର କରିନିଆଯାଉ । ଏଭଳି ସର୍ଭେ ରିପୋର୍ଟ ନ୍ୟୁଜ୍ ୱେବସାଇଟରେ ଆସିବା ପରେ ତାହାକୁ କେନ୍ଦ୍ର ସରକାର ବିଚାର ପରିସରଭୁକ୍ତ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

fifteen − eleven =