ସାଉଦୀ ରାଜପରିବାରର ୧୫୦ ସଦସ୍ୟ କରୋନା ଆକ୍ରାନ୍ତ

0 86

ରିଆଦ: ଅନ୍ୟ ଦେଶଗୁଡିକ ଭଳି ସାଉଦୀ ଆରବରେ ମଧ୍ୟ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଏହି ଦେଶରେ ବର୍ତ୍ତମାନ ସୁଦ୍ଧା ୨୯୩୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନାରେ ୪୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ସାଉଦୀ ରାଜପରିବାରରେ ମଧ୍ୟ ଏହି କରୋନା ଭାଇରସ ପ୍ରବେଶ କରିଛି । କରୋନା ଭାଇରସରେ ପରିବାରର ୧୫୦ଜଣ ସଦସ୍ୟ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପ୍ରିନ୍ସ ମହମ୍ମଦ ବିନ ସଲମନ ଅଛନ୍ତି । ସମସ୍ତଙ୍କୁ ପୃଥକ ପୃଥକ ଭାବରେ କ୍ୱାରେଣ୍ଟାଇନରେ ରଖାଯାଇଛି । ରାଜ ପରିବାରର ଏତେ ସଂଖ୍ୟକ ସଦସ୍ୟ କରୋନା ଆକ୍ରାନ୍ତ ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ସାଉଦୀ ସରକାର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଭଳି ସେଭଳି କୌଣସି କଟକଣା ଜାରି କରିନାହାନ୍ତି । କେବଳ ସତର୍କତା ଅବଲମ୍ବନ ପାଇଁ ଲୋକମାନଙ୍କୁ ନିବେଦନ କରାଯାଇଛି । ସଦସ୍ୟମାନେ କିଭଳି ଭାବରେ କରୋନା ଆକ୍ରାନ୍ତ ହେଲେ ସେ ନେଇ ରାଜପରିବାର ସୂତ୍ରରୁ କିମ୍ବା ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିନାହିଁ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲଗୁଡିକରେ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନଙ୍କୁ ପୁନର୍ବାର ପରୀକ୍ଷା କରାଯାଉଛି ।

hiranchal ad1
Leave A Reply

Your email address will not be published.

three − one =