ମୋଟା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

0 87

ନୂଆଦିଲ୍ଲୀ : ମୋଟା ଲୋକମାନଙ୍କୁ କରୋନା ଭାଇରସ ଖୁବଶୀଘ୍ର ବା ସହଜରେ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । ଏକଥା କହିଛନ୍ତି ଫ୍ରାନ୍ସର କେତେକ ବିଖ୍ୟାତ ବିଶେଷଜ୍ଞ । ସେମାନେ କହିଛନ୍ତି ଯେ, ମୋଟା ଲୋକମାନଙ୍କ ଦେହରେ ପ୍ରତିରୋଧକ ଶକ୍ତି କମ୍ ଥାଏ । ସେମାନେ ରକ୍ତଚାପ ଓ ଶ୍ୱାସରୋଗ ଭଳି ସମସ୍ୟା ଦେଇ ଗତି କରିଥାନ୍ତି । ବହୁ ମୋଟା ଲୋକ ସ୍ୱାଭାବିକ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇପାରିନଥାନ୍ତି । ଫ୍ରାନ୍ସର ସାଇଣ୍ଟିଫିକ୍ କାଉନସିଲ ମୁଖ୍ୟ ପ୍ରଫେସର ଜିନ୍ ଫ୍ରାଙ୍କୋଇସ୍ କହିଛନ୍ତି ଯେ, ପ୍ରତିରୋଧ ଶକ୍ତି କମ୍ ରହିବା ଏବଂ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମୋଟା ଲୋକମାନେ କରୋନା ଭାଇରସରେ ସଂକ୍ରମିତ ହେବାର ଆଶଙ୍କା ବେଶି ରହିଥାଏ । ଏ ଦୃଷ୍ଟିରୁ ସେମାନେ ପ୍ରତିରୋଧକ ଶକ୍ତି ବଢାଇପାରୁଥିବା ଔଷଧ କିମ୍ବା ଖାଦ୍ୟ ପଦାର୍ଥ ଗ୍ରହଣ କରିବା ଆବଶ୍ୟକ । ଇଟାଲୀ, ସ୍ପେନ ଓ ଆମେରିକା ଭଳି ଫ୍ରାନ୍ସରେ ମଧ୍ୟ କରୋନା ପରିସ୍ଥିତି ଅତି ସାଂଘାତିକ । ଏହି ଦେଶରେ ଗତ କିଛି ଦିନ ଧରି ପ୍ରତିଦିନ ଶହଶହ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହେଉଛନ୍ତି । ବହୁ ବିଳମ୍ବରେ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଫଳରେ ସଂକ୍ରମଣ ପରିସ୍ଥିତି ଏଭଳି ଗୁରୁତର ହୋଇପଡିଲା ବୋଲି ଫ୍ରାଙ୍କୋଇସ ମତ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

seven + twelve =