ଇଣ୍ଟରନେଟ୍ ବ୍ୟବହାରରେ ବଡ ପରିବର୍ତ୍ତନ : ବଡବଡ ନ୍ୟୁଜ ସାଇଟକୁ ପଛରେ ପକାଇଛି ସିଡିସି

0 103

ନୂଆଦିଲ୍ଲୀ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପୀ ଯିବା ପରେ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଲୋକପ୍ରିୟତା କ୍ଷେତ୍ରରେ ଆମେରିକାର ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରୋବେସନ (ସିଡିସି) ସବୁଠୁ ଆଗରେ ରହିଛି । ଏପରିକି ବିଶ୍ୱର ବହୁ ବଡବଡ ନ୍ୟୁଜ ସାଇଟକୁ ଏହା ପଛରେ ପକାଇ ଦେଇଛି । ସିଡିସି ର ହୋମ ପେଜରେ ବ୍ୟବହାରକାରୀଙ୍କ ସଂଖ୍ୟା ୧କୋଟି ଟପିଯାଇଥିବା ବେଳେ ୱିକିପିଡିଆର ବ୍ୟବହାର ସଂଖ୍ୟା ଲଗାତାର ଭାବେ କମିଚାଲିଛି । ଲୋକମାନେ ଇଣ୍ଟରନେଟ୍ ବ୍ୟବହାରର ତରିକା ମଧ୍ୟ ବଦଳାଇ ଦେଇଛନ୍ତି । ବର୍ତ୍ତମାନ ଲୋକେ ଫୋନ ଅପେକ୍ଷା ୱେବସାଇଟକୁ ଅଧିକ ମାତ୍ରାରେ ଗ୍ରହଣ କରୁଛନ୍ତି । ଜାନୁଆରୀ ୧୫ ତାରିଖରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତର ଅବଧିରେ ହୋଇଥିବା ସର୍ଭେ ଅନୁସାରେ ଫେସବୁକ ଡଟ୍ କମ୍ ର ଦୈନିକ ବ୍ୟବହାର ଏବେ ୧୨କୋଟିରୁ ବଢି ୧୭କୋଟିରେ ପହଞ୍ଚିଛି । କିନ୍ତୁ ଆପ୍ ର ବ୍ୟବହାରରେ ମାତ୍ର ୧.୧ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ନେଟ୍ ଫ୍ଲିକ୍ସ ଡଟ୍ କମ୍ ର ବ୍ୟବହାରରେ ୧୬ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଆପ୍ ରେ ୦.୩ ପ୍ରତିଶତ ବଢିଛି । ୟୁଟ୍ୟୁବ ଡଟ୍ କମ୍ ରେ ୧୫.୩ ପ୍ରତିଶତ ବୃଦ୍ଧି ଘଟିଥିବା ଏହି ସର୍ଭେରୁ ଜଣାପଡିଛି । ଏଭଳି ପରିସ୍ଥିତି ଯୋଗୁଁ ଆପ୍ କଂପାନୀ ଗୁଡିକୁ ୪.୫ ପ୍ରତିଶତର କ୍ଷତି ସହିବାକୁ ପଡିଛି । ସୋସିଆଲ ମିଡିଆ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଛି । ଭିଡିଓ କଲିଂ ବ୍ୟବହାର ହାର ବଢିଛି । ଗୁଗୁଲ ଡୁଜୋ, ହାଉସ ପାର୍ଟି ଭଳି ଆପ୍ ଏବଂ ନେକ୍ସଡୋର ଡଟ୍ କମ୍ ବର୍ତ୍ତମାନ ଅଧିକ ସକ୍ରିୟ ଥିବା ଜଣାପଡିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, କରୋନା ଭାଇରସ ସଂକ୍ରମଣ ପରଠୁ କ୍ରୀଡା ୱେବସାଇଟଗୁଡିକର ବ୍ୟବହାର ବହୁ ମାତ୍ରାରେ କମିଯାଇଛି । କରୋନା ଯୋଗୁଁ ବହୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡା କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିବାରୁ ଏଭଳି ସ୍ଥିତି ଦେଖାଦେଇଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

seven − two =