ଗାଡ଼ି ସିଜ୍ ଉପରେ ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ

0 181

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ହୋଇଥିବା ଗାଡ଼ି ସିଜ୍ ଉପରେ ହାଇକୋର୍ଟ ଆଜି ଦେଇଥିବା ରାୟରେ ପରିବର୍ତ୍ତନ କରିଛନ୍ତି । ଏବେ ହାଇକୋର୍ଟ ଦେଇଥିବା ରାୟକୁ ଆଜି ପରିବର୍ତ୍ତନ କରି ଦେଇଥିବା ନୂଆ ରାୟ ଅନୁଯାୟୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବାଇକ୍‌ରେ ଯିବାକୁ ଅନୁମତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନିଥର ଅଣ୍ଡର ଟେକିଂ ଦେଇ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଗାଡ଼ି ନେଇପାରିବେ । ଗାଡ଼ି ଚଳାଚଳ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ହଟାଯାଇ ନାହିଁ । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ଉପରେ ଲକ୍‌ଡାଉନ୍ ନିୟମ ପୂର୍ବଭଳି ଲାଗୁ ରହିବ ।

hiranchal ad1
Leave A Reply

Your email address will not be published.

15 + 14 =