ସରପ୍ରାଇଜ୍ ଦେବେ ଚହଲ, ଜାଣନ୍ତୁ କ’ଣ

0 102

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଲେଗ୍ ସ୍ପିନର ୟୁଜେବେନ୍ଦ୍ର ଚହଲ ଖୁବଶୀଘ୍ର ତାଙ୍କର ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ୍ ଦେବାକୁ ଯୋଜନା କରିଛନ୍ତି । ତେବେ ଏହା ଖେଳ ସଂପର୍କରେ ନୁହେଁ, ବ୍ୟକ୍ତିଗତ ସଂପର୍କରେ । ସେ ହଠାତ୍ ଯେକୌଣସି ଏକ ଦିନ ତାଙ୍କର ବିବାହ ଯୋଜନା ଘୋଷଣା କରିପାରନ୍ତି । ତାରିଖ ମଧ୍ୟ ନିଜେ ସ୍ଥିର କରିଛନ୍ତି । କିନ୍ତୁ କାହାକୁ ଆଗୁଆ ଜଣାଇବା ପାଇଁ ଚାହୁଁନାହାନ୍ତି । କାରଣ ଅଚାନକ ବିବାହ କରି ସେ ସମସ୍ତଙ୍କୁ ସରପ୍ରାଇଜ୍ ଦେବାକୁ ଚାହୁଁଛନ୍ତି । ଅଭିନେତ୍ରୀ ଜାରା ଜସ୍ମିନଙ୍କ ସହ ସେ ଇନଷ୍ଟ୍ରାଗ୍ରାମରେ ଲାଇଭ୍ ଚାଟିଂ କରୁଥିବା ବେଳେ ଏହା କହିଥିଲେ । ତାଙ୍କ ବିବାହ ଯୋଜନା ସଂପର୍କରେ ଜସ୍ମିନ ପ୍ରଶ୍ନ କରିବାରୁ ଚହଲ କହିଥିଲେ ଯେ, ବିବାହ ନେଇ ସେ ସମସ୍ତଙ୍କୁ ସରପ୍ରାଇଜ୍ ଦେବାକୁ ଚାହାଁନ୍ତି । ତେଣୁ କେବେ ଓ କାହା ସହିତ ବାହାଘର ହେବ ତାହା ସେ ପ୍ରକାଶ ନକରି ସମସ୍ତଙ୍କୁ ଅନ୍ଦାଜ ଭିତରେ ରଖିଛନ୍ତି । ତାଙ୍କ ଏଭଳି ସୋସିଆଲ ମିଡିଆ ସୂଚନା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି ।

hiranchal ad1
Leave A Reply

Your email address will not be published.

9 + fourteen =