ଆମେରିକାର କରୋନା ମୃତକଙ୍କ ମଧ୍ୟରେ ୪୦ ଭାରତୀୟ

0 90

ୱାଶିଂଟନ : ଆମେରିକାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିସାରିଲାଣି । ମୃତ୍ୟୁସଂଖ୍ୟା ମଧ୍ୟ ଏକଲକ୍ଷ ପାଖାପାଖି । ମୃତକଙ୍କ ମଧ୍ୟରେ ୪୦ଜଣ ବାରତୀୟ ଥିବା ଜଣାପଡିଛି । ସେହିପରି ଆମେରିକାରେ ୧୫ଶହରୁ ଅଧିକ ଭାରତୀୟ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଗୋଟିଏ ଦିନରେ ୨ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଜନ୍ ହପକିନ୍ସ ୟୁନିଭରସିଟିର ରିପୋର୍ଟରୁ ଏହା ଜଣାପଡିଛି । ଏଥିରେ କୁହାଯାଇଛି ଯେ, କେବଳ ଭାରତୀୟ ନୁହେଁ, ଅନ୍ୟ କେତେକ ଦେଶର ଲୋକ ମଧ୍ୟ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁମୁଖରେ ମଧ୍ୟ ପଡିଛନ୍ତି । ଆମେରିକାରେ ରହୁଥିବା ଅନ୍ୟ ଦେଶର ନାଗରିମାନଙ୍କ ସୁରକ୍ଷା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଭାରତୀୟମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନ୍ୟୁୟର୍କ ସବୁଠୁ ବେଶୀ ପ୍ରଭାବିତ ହୋଇଛି । ଦେଶରେ ବହୁ ବିଳମ୍ବରେ ଲକଡାଉନ୍ ଜାରି କରାଯିବାରୁ ସଂକ୍ରମଣ କ୍ଷୀପ୍ର ବେଗରେ ବ୍ୟାପିଗଲା ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏପରିକି ବର୍ତ୍ତମାନ ଚୀନ, ଇଟାଲୀ, ଫ୍ରାନ୍ସ ଓ ସ୍ପେନ ତୁଳନାରେ ଆମେରିକାର ପରିସ୍ଥିତି ସବୁଠୁ ଅଧିକ ଖରାପ । ରୋଗ ନିୟନ୍ତ୍ରଣ ପାଇଁ ଆମେରିକା ଇତି ମଧ୍ୟରେ ଭାରତଠାରୁ ଔଷଧୀୟ ସାହାଯ୍ୟ ପାଇଛି ।

hiranchal ad1
Leave A Reply

Your email address will not be published.

5 × 3 =