ପ୍ରତିଦିନ ୪୫ହଜାର ଲୋକଙ୍କୁ ଖୁଆଇବେ ସୋନୁ ସୁଦ୍‌

0 84

ମୁମ୍ବାଇ : ଲକଡାଉନ ଯୋଗୁଁ ଦେଶରେ ଗରିବ ଓ ଶ୍ରମିକଶ୍ରେଣୀର ଲୋକମାନେ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାହାଯ୍ୟ ଯୋଗାଇ ଦେବା ଲାଗି କେବଳ ସରକାର ନୁହେଁ, ବହୁ ବ୍ୟକ୍ତିବିଶେଷ ଓ ସାମାଜିକ ସଂଗଠନ ଏପରିକି ବଲିଉଡର କଳାକାରମାନେ ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ସୋନୁ ସୁଦ୍ ଅନ୍ୟତମ । ସୋନୁ ସୁଦ୍ ଏବେ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କାର୍ଯ୍ୟକ୍ରମର ନାମ \”ଆନନ୍ଦମ୍‌\’ ରଖାଯାଇଛି । ଏହି ଯୋଜନା ସୂତ୍ରରେ ସୋନୁ ସୁଦ୍ ଗରିବ ବିଶେଷକରି ଦିନମଜୁରିଆମାନଙ୍କୁ ପ୍ରତିଦିନ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବେ । ପ୍ରତିଦିନ ସେ ୪୫ହଜାର ଲୋକଙ୍କୁ ଖୁଆଇବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଲକଡାଉନ ଯୋଗୁଁ ଗରିବ ଲୋକମାନେ ରୋଜଗାର ହରାଇ ବସିଛନ୍ତି । ସେମାନଙ୍କ ପାଖରେ ଖାଦ୍ୟ ନାହିଁ । ତେଣୁ ମୁମ୍ବାଇରେ ମୁଁ ମୋର ସାମର୍ଥ୍ୟ ଅନୁସାରେ ପ୍ରତିଦିନ ୪୫ହଜାର ଲୋକଙ୍କୁ ଖାଇବା ଲାଗି ଆବଶ୍ୟକ ଖାଦ୍ୟ ପଦାର୍ଥ ଯୋଗାଇ ଦେବି । ମୋର ଏହି କାର୍ଯ୍ୟ ଯୋଗୁଁ ଯଦି ସେମାନେ ଉପକୃତ ହେଲେ ତେବେ ତାହା ମତେ ଅଶେଷ ଆନନ୍ଦ ଦେବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ସେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ରହିବା ଲାଗି ତାଙ୍କର ଏକ ହୋଟେଲକୁ ଛାଡି ଦେଇଛନ୍ତି । ଘରକୁ ଯାଇପାରୁନଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମଚାରୀମାନେ ଏହି ହୋଟେଲ ରହୁଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =