କରୋନା ରୋଗୀ ଭାବି କର୍ମଚାରୀଙ୍କୁ ଦାହ କରିଦେଲେ

0 82

ନ୍ୟୁୟର୍କ : କରୋନା ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକାରେ ଏବେ ଏକ ବିଚିତ୍ର ଓ ଅଭାବନୀୟ ଘଟଣା ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । ବିଭିନ୍ନ ହସ୍ପିଟାଲରେ କୋରନାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଶବଗୁଡିକୁ ଶବଗୃହରେ ରଖାଯାଉଛି । ଏବଂ ପର୍ଯ୍ୟାୟକ୍ରମେ ସେଗୁଡିକର ଦାହ କରାଯାଉଛି । ଶବଗୃହ ଦାୟିତ୍ୱରେ ସ୍ୱାସ୍ଥ୍ୟ କର୍ମଚାରୀମାନେ ଅହରହ ଜଗି ରହୁଛନ୍ତି । ମାଇକେଲ ଜୋନ୍ସ ନାମକ ଜଣେ କର୍ମଚାରୀ ଶବଗୃହରେ ଡ୍ୟୁଟିରେ ଥିବା ବେଳେ କ୍ଲାନ୍ତ ହୋଇପଡିଥିଲେ । ଦୀର୍ଘ ୧୬ ଘଣ୍ଟା କାର୍ଯ୍ୟ କରି ସେ ଥକି ପଡିଥିଲେ । ତେଣୁ କିଛି ସମୟ ପରେ ତାଙ୍କୁ ନିଦ ହୋଇଯାଇଥିଲା । ଏହି ସମୟରେ ଆଉଜଣେ କର୍ମଚାରୀ ଶବଗୃହକୁ ଆସିଥିଲେ । ସେ ମାଇକେଲଙ୍କୁ ମୃତ କରୋନା ରୋଗୀ ଭାବେ ଶବଦାହ ପାଇଁ ନେଇଥିଲେ । ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ତାଙ୍କର ଦାହ କରାଯାଇଥିଲା । ତେବେ ପରେ ସେ ରୋଗୀ ନୁହଁନ୍ତି ବୋଲି ଜଣାପଡିଥିଲା । ଆଉ କେତେକ ଅଂଚଳରେ ମଧ୍ୟ ଏଭଳି ଘଟଣା ଘଟିଥିବା ଏବେ ସାମ୍ନାକୁ ଆସିଛି ।

hiranchal ad1
Leave A Reply

Your email address will not be published.

two × two =