ନିଆରା ଉଦାହରଣ ସୃଷ୍ଟିକଲେ ମହିଳା ପ୍ରଶାସିକା : ପ୍ରସବର ୨୨ ଦିନ ପରେ ଡ୍ୟୁଟିରେ ଯୋଗ ଦେଲେ

0 138

ଭୁବନେଶ୍ୱର: କଥାରେ କୁହାଯାଏ ଆଗେ ରାଜ କାର୍ଯ୍ୟ, ପରେ ପିତୃ କାର୍ଯ୍ୟ । କର୍ତ୍ତବ୍ୟର ଆହ୍ୱାନ ନେଇ କେତେବେଳେ କେଉଁଠି ଜଣେ ଜଣେ ବ୍ୟକ୍ତି ନିଆରା ଉଦାହରଣ ସୃଷ୍ଟି କରି ଅନ୍ୟକୁ ଆହ୍ୱାନ ଦେଇଥାନ୍ତି । ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ପ୍ରଶାସିକା ତଥା ଆଇଏଏସ୍ ଗୁମାଲା ଶ୍ରୀଜନ୍ । ଯିଏକି ସମ୍ପ୍ରତ୍ତି ଆନ୍ଧ୍ରପ୍ରଦେଶର ଗ୍ରେଟର ବିଶାଖାପାଟଣା ମ୍ୟୁନିସିପାଲଟି କମିଶନର ଭାବେ କାର୍ଯ୍ୟରତ । ଦେଶରେ ଏବେ କରୋନା ପାଇଁ ଯୁଦ୍ଧ ଚାଲିଥିବାରୁ ବରିଷ୍ଠ ପ୍ରଶାସିକାଙ୍କୁ ମାତୃକାଳୀନ ଛୁଟି ମିଳିଥିଲେ ମଧ୍ୟ ତାହାକୁ ସେ ତୁଚ୍ଛ କରି କର୍ତ୍ତବ୍ୟ ପାଇଁ ଦେଶସେବାରୁ ବିରତ ହୋଇନଥିଲେ । ଏଣୁ ସେ କର୍ତ୍ତବ୍ୟର ଆହ୍ୱାନରେ ନିଜର ଏକମାସର ସନ୍ତାନକୁ ଓ ଦୈନନ୍ଦିନ କୋଳରେ ଧରି କାର୍ଯ୍ୟାଳୟକୁ ଆସି କାମ କରୁଛନ୍ତି । କମିଶନର ଶ୍ରୀଜନ୍‌ଙ୍କର ଏଭଳି କର୍ତ୍ତବ୍ୟନିଷ୍ଠା ଦେଖି କେବଳ ଆନ୍ଧ୍ରରେ ନୁହେଁ, ସାରା ଦେଶରେ ଚହଳ ପକାଇଛି । ଶ୍ରୀଜନ୍ ନିଜର ମାସକର ଛୁଆକୁ କୋଳରେ ନେଇ ଯିବାଆସିବା ବେଳେ ତାହା ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଛି ।

hiranchal ad1
Leave A Reply

Your email address will not be published.

20 − 10 =