ଦିନୱାରୀ କୋଭିଡ୍‌-୧୯ ସାମ୍ପଲ୍ ଟେଷ୍ଟିଂ ରିପୋର୍ଟ ପ୍ରକାଶ କଲେ ସରକାର

0 639

ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଗତ ଫେବୃଆରୀ ମାସ ପହିଲାଠାରୁ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଦିନୱାରୀ ରକ୍ତ ତଥା ସ୍ୱାବ ନମୂନା ଟେଷ୍ଟିଂ ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ ଗତକାଲି ୩୨୪୯ଟି ନମୂନା ପରୀକ୍ଷା ହୋଇଥିବା ବେଳେ ଆଜି ୨୯୮ଟି ନମୂନା ପରୀକ୍ଷା ହୋଇଛି । ଏଗୁଡ଼ିକ ମଧ୍ୟରେ ଆର୍‌ଏମ୍‌ଆର୍‌ସି ୨୦୦ଟି, ଏମ୍ସ ୫୮ଟି ଓ ଏସ୍‌ସିବିରେ ୪୦ଟି ନମୂନାକୁ ମିଶାଇ ମୋଟ ୩୫୪୭ଟି ନମୂନା ପରୀକ୍ଷା ହୋଇଛି । ରିପୋର୍ଟରେ ଦିଆଯାଇଥିବା ଗ୍ରାଫ୍ ଅନୁଯାୟୀ ଫେବୃଆରୀ ମାସରେ ଦୈନିକ ଗୋଟିଏ, ଦୁଇଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ମାର୍ଚ୍ଚ ମାସ ୧୫ ତାରିଖରୁ ଏହା କ୍ରମଶଃ ୭ଟି, ୧୨ଟି, ୧୪ଟି କ୍ରମରେ ବୃଦ୍ଧି ପାଇ ଚାଲିଥିଲା । ଏହି କ୍ରମରେ ମାର୍ଚ୍ଚ ମାସ ଶେଷ ବେଳକୁ ଏହା ଦୈନିକ ୭୧, ୭୩ରୁ ବୃଦ୍ଧି ପାଇ ୧୦୦, ୧୫୦ ଓ ୨୫୦ ଏପରିକି ୪୦୦ ନମୂନା ଦୈନିକ ପରୀକ୍ଷା କରିବାକୁ ପଡ଼ିଛି । ଏହାର ସବିଶେଷ ବିବରଣୀ ଜାଣିବା ପାଇଁ ତଳେ ଦିଆଯାଇଥିବା ଗ୍ରାଫ୍‌ଟିକୁ ପଢ଼ନ୍ତୁ ।

hiranchal ad1
Leave A Reply

Your email address will not be published.

eight − 5 =