ଭିମସାର ମେଡିସିନ ବିଭାଗର ନୂତନ ଭବନରେ ଆଇସୋଲେସନ କେନ୍ଦ୍ର ରହିବ

0 87

ସମ୍ବଲପୁର :ସମ୍ବଲପୁର ଓ ଏହା ଆଖପାଖ ଜିଲ୍ଲାରେ ଏପର୍ଯ୍ୟନ୍ତ କେହି କରୋନା ପଜିଟିଭ ବାହାରି ନାହାନ୍ତି, ତଥାପି ଆଗୁଆ ପଦକ୍ଷେପ ରୂପେ ଭିମସାରରେ ପ୍ରସ୍ତୁତି ପାଇଁ କାର୍ଯ୍ୟ ଅବ୍ଯାହତ ରହିଛି । ଏଠାରେ ବହୁସ°ଖ୍ଯକ ନର୍ସ ଓ ଅନ୍ଯାନ୍ଯ ପାରାମେଡିକାଲ କର୍ମଚାରୀ ଏଥି ପାଇଁ ନିୟୋଜିତ ରହିବେ । ସେମାନେ କୌଣସି କରୋନା ପଜିଟିଭ ରୋଗୀ ଚିକିତ୍ସା ରେ ନିୟୋଜିତ ହେଲେ ଆଉ ଅନ୍ୟ କହା ସଙ୍ଗେ ମିଳାମିଶା କରି ପାରିବେ ନାହିଁ । ଏଣୁ ସେମାନଙ୍କ ସକାଶେ ଏକ ବିଶେଷ ଆଇସୋଲେସନ କେନ୍ଦ୍ର ରୂପେ ସେଠାରେ ମେଡିସିନ ବିଭାଗ ପାଇଁ ନବନିର୍ମିତ ପାଞ୍ଚତାଲା ଭବନ ରେ ପ୍ରାୟ ୧୨ଟି କୋଠରୀ ଚିହ୍ନଟ କରା ଯାଇଛି । ସେମାନଙ୍କ ପାଇଁ ସେଠାରେ ଆବଶ୍ୟକତା ଅନୁଯାୟୀ ଆନୁସଙ୍ଗିକ ବ୍ଯବସ୍ଥା ମଧ୍ୟ କରାଯାଉଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲ୍ଲାରେ ପ୍ରଥମକରି କରୋନା ପଜିଟିଭ ଚିହ୍ନଟ ହେଲା ପରେ ଗତକାଲି ସୁନ୍ଦରଗଡ ଜିଲ୍ଲା ର ବିଶ୍ରା ଠାରେ ଆଉ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଏକ ସତର୍କ ଘଣ୍ଟି ରୂପେ ଧରିନେଇ ଏଠାରେ ଉଦବେଗ ପ୍ରକାଶ ପାଇଛି ଓ ଭିମସାରରେ ପ୍ରସ୍ତୁତି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି । ପୁଣି ସେଠାରେ କୋଭିଡ ଟେଷ୍ଟିଙ୍ଗ କେନ୍ଦ୍ର ପାଇଁ ଅପେକ୍ଷିତ ଉପକରଣ ଗୁଡିକ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ରୁ ଆସିଗଲାଣି । ଆଗାମୀ ବୁଧବାର ୧୫ଏପ୍ରିଲ ଠାରୁ ଏଠାରେ କୋଭିଡ ପରୀକ୍ଷା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି । ଏଣୁ ପ୍ରସ୍ତୁତି କାର୍ଯ୍ୟ ରେ ଯେପରି କୌଣସି ବାଧାବିଘ୍ନ ନ ହୁଏ ସେଥିପ୍ରତି ଭିମସାର କର୍ତ୍ତୃପକ୍ଷ ଯତ୍ନବାନ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

two + sixteen =