ମୁଣ୍ଡରେ ଛୋଟଛୋଟ ଚୁଟି କାହିଁକି ରଖନ୍ତି ଧାୱନ

0 109

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅନ୍ୟତମ ଚର୍ଚ୍ଚିତ କ୍ରିକେଟର ଶିଖର ଧାୱନଙ୍କ ଚେହେରା ଯେମିତି ସ୍ୱତନ୍ତ୍ର ତାଙ୍କର ବ୍ୟାଟିଂ ଶୈଳୀ ମଧ୍ୟ ଅନ୍ୟମାନଙ୍କଠାରୁ ଭିନ୍ନ । ସେ ସବୁବେଳେ ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ତାଙ୍କର ହେୟାର ଷ୍ଟାଇଲ ପ୍ରଶଂସକମାନଙ୍କୁ ଆକର୍ଷିତ କରିଥାଏ । ତେବେ ସେ ମୁଣ୍ଡରେ ଛୋଟଛୋଟ ଚୁଟି କାହିଁକି ରଖନ୍ତି ତାହାର ରହସ୍ୟ ସେ ନିଜେ ଏବେ ଖୋଲିଛନ୍ତି । ନିକଟରେ ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଛୋଟଛୋଟ ଚୁଟି କାହିଁକି ରଖନ୍ତି ଏବଂ ଆପଣଙ୍କ ନାମ ଗବର ସିଂ କିଏ ରଖିଥିଲେ । ଏହାର ଉତ୍ତରରେ ଧାୱନ କହିଥିଲେ ଯେ, ଛୋଟଛୋଟ ଚୁଟି ରଖିବା ପରେ ମୁଁ ଦର୍ପଣ ନିଜ ଚେହେରାକୁ ଦେଖିଥିଲି ଏବଂ ତାହା ମତେ ଭଲ ଲାଗିଥିଲା । ସେହି ଦିନଠାରୁ ମୁଁ ସବୁବେଳେ ଏହିଭଳି ଭାବେ ଚୁଟି କାଟିଥାଏ । ସେହିପରି ଗବର ସିଂ ନାମ ଉପରେ ହୋଇଥିବା ପ୍ରଶ୍ନର ଜବାବରେ ସେ କହିଥିଲେ ମୋର ଚୁଟି ଓ ଅଜବ ପ୍ରକାର ନିଶକୁ ଦେଖି ରଣଜୀ କୋଚ୍ ବିଜୟ ଦାହିଆ ମୋର ନାମ ଗବର ସିଂ ରଖିଥିଲେ । ସେହିଦିନଠାରୁ ବହୁ ଖେଳାଳି ଓ ଅନ୍ୟ ବ୍ୟକ୍ତି ମଧ୍ୟ ଗବର ସିଂ ଡାକନ୍ତି । ସେ କହିଛନ୍ତି ଯେ, ଛୋଟଛୋଟ ଚୁଟି ରଖିବା ଦ୍ୱାରା ମୁଣ୍ଡରେ ସାମ୍ପୁ ଲଗାଇବା ସହଜ ହୋଇଥାଏ । ଉଲ୍ଲେଖଯୋଗ୍ୟ ଯେ, ଶିଖର ୧୯ବର୍ଷରୁ କମ୍ ବିଶ୍ୱକପ ଖେଳିଛନ୍ତି । ଏହି ବିଶ୍ୱକପର କିଛି ଦିନ ପରେ ସେ ଲମ୍ବା ଚୁଟି ରଖିଥିଲେ । କିନ୍ତୁ ପରେ ତାହାକୁ କାଟି ଛୋଟଛୋଟ କରିଦେଇଥିଲେ । ତାଙ୍କର ସବୁଠୁ ପସନ୍ଦ ପାର୍ଟନର ବୋଲି ପ୍ରଶ୍ନ ହେବାରୁ ସେ ରୋହିତ ଶର୍ମାଙ୍କ ନାମ ନେଇଥିଲେ । ସେହିପରି ଅମିର ଖାନ୍‌, ସଲମାନ ଖାନ୍‌, ଅମିତ ବଚ୍ଚନ, ଅକ୍ଷୟ କୁମାର ତାଙ୍କର ପ୍ରିୟ ଅଭିନେତା । ଆଳୁ, ପରଟା ତାଙ୍କର ସବୁଠୁ ପ୍ରିୟ ଖାଦ୍ୟ ।

hiranchal ad1
Leave A Reply

Your email address will not be published.

one × one =