ବୃଦ୍ଧି ପାଉଛି ଦୂରଦର୍ଶନର ଦର୍ଶକ ସଂଖ୍ୟା , କାହିଁକି ଜାଣନ୍ତୁ

0 305

ନୂଆଦିଲ୍ଲୀ : ବର୍ତ୍ତମାନର ଲକଡାଉନ ସମୟରେ ଲୋକଙ୍କୁ ବାହାରକୁ ନଯିବା ଲାଗି ଏକ ଅଭିନବ ପଦକ୍ଷେପ ସ୍ୱରୂପ ସରକାର ଦୂରଦର୍ଶନରେ ରାମନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ଏବଂ ବିଆର୍ ଚୋପ୍ରାଙ୍କ ନିର୍ଦ୍ଦେଶିତ “ମହାଭାରତ’ର ପୁନଃ ପ୍ରସାରଣ କରାଇଛନ୍ତି । ମାର୍ଚ୍ଚ ୨୮ରୁ ରାମାୟଣର ପ୍ରସାରଣ ଆରମ୍ଭ ହୋଇଛି । ନବେଦଶକରେ ଅସମ୍ଭବ ଲୋକପ୍ରିୟତା ଅର୍ଜନ କରିଥିବା ଏହି ଦୁଇଟି ଧାର୍ମିକ ସିରିଏଲର ଲୋକପ୍ରିୟତା ଏବେବି ଅତୁଟ ରହିଛି । ଏହି ଦୁଇଟି ସିରିଏଲ୍ ପୁନଃ ପ୍ରସାରିତ ହେବା ପରେ ଦୂରଦର୍ଶନର ଦର୍ଶକ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି । ପ୍ରସାରଣର ପ୍ରଥମ ସପ୍ତାହରେ ଯେତିକି ଦର୍ଶକ ସଂଖ୍ୟା ଥିଲା ଦ୍ୱିତୀୟ ସପ୍ତାହରେ ତାହା ବହୁ ମାତ୍ରାରେ ବୃଦ୍ଧି ପାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଅନ୍ୟ ପ୍ରାଇଭେଟ ଚ୍ୟାନେଲ ଗୁଡିକରେ ମଧ୍ୟ ବର୍ତ୍ତମାନର ସମୟରେ ରାମାୟଣ ଓ ମହାଭାରତ ଭଳି କେତେକ ଧାର୍ମିକ ସିରିଏଲ ମଧ୍ୟ ପ୍ରସାରିତ ହେଉଛି । କିନ୍ତୁ ଏଗୁଡିକର ଦର୍ଶକ ସଂଖ୍ୟା ଦୂରଦର୍ଶନରେ ପ୍ରସାରିତ ରାମାୟଣ, ମହାଭାରତର ଦର୍ଶକ ସଂଖ୍ୟାଠାରୁ ବହୁତ କମ୍ । ଦୂରଦର୍ଶନରେ ଏଭଳି ପରିବର୍ତ୍ତନ ସରକାରଙ୍କୁ ଉତ୍ସାହିତ କରିଛି । ଦୀର୍ଘବର୍ଷ ପରେ ମଧ୍ୟ ରାମାୟଣ ଓ ମହାଭାରତ ସିରିଏଲ ଏଭଳି ଲୋକପ୍ରିୟତା ପାଇବ ବୋଲି ନିଜେ ଦୂରଦର୍ଶନ କର୍ତ୍ତୃପକ୍ଷ ମଧ୍ୟ ଚିନ୍ତା କରିପାରିନଥିଲେ ।

hiranchal ad1
Leave A Reply

Your email address will not be published.

1 × 2 =