୪୦୦ ଲିଟରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ :୨୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

0 263

ବାଲିଗୁଡ଼ା: ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ପାଲୁଙ୍କିଆ ଅଞ୍ଚଳରେ ୪୦୦ଲିଟର ମହୁଲ ପୋଚ ନଷ୍ଟ କରିଛି ପୋଲିସ୍ । ଏଥିସହିତ ୨୦ ଲିଟର ଦେଶୀମଦ ସହ ଜଣକୁ ଗିରଫ କରିଛି ପୋଲିସ । ଗୋଟିଏ ପଟେ ମହାମାରୀ କରୋନା ମୁକାବିଲା ନେଇ ସାରାଦେଶରେ ଲକ୍ ଡାଉନ୍ ଜାରି ହୋଇଥିବାବେଳେ ଅନ୍ୟପଟେ ରାଜ୍ୟ ସରକାର କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଲକ୍ ଡାଉନ୍ ଅବଧି ପୁଣି ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ଏନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋର୍ ଦାର୍ ପ୍ରୟାସ ଚାଲିଛି । ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକା କରି ଚେକିଂ କଡ଼ାକଡ଼ି କରାଯିବାସହ ଉପାନ୍ତ ଅଞ୍ଚଳରେ ମଧ୍ୟ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବାରେ ଲାଗିପଡ଼ିଛି ବାଲିଗୁଡ଼ା ପୋଲିସ୍ । ସେପଟେ ନିୟମ ଭାଙ୍ଗୁଥିବା କିଛି ଅମାନିଆଙ୍କୁ ମଧ୍ୟ ସବକ୍ ଶିଖାଉଛି ପୋଲିସ୍ । ଲକ୍ ଡାଉନ୍ ର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଛି ବାଲିଗୁଡ଼ା ପୋଲିସ୍ ।

hiranchal ad1
Leave A Reply

Your email address will not be published.

twelve + 10 =