ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତାଙ୍କ ମହାନତା : ଅନୁଷ୍ଠାନର ୧୭ଜଣ କର୍ମଚାରୀଙ୍କୁ ଦେଲେ ଆର୍ଥିକ ସହାୟତା

0 404

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ନାମକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀଙ୍କ ମହାନତା । ଲକ୍ ଡାଉନ୍ ପରିସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଫଳରେ ଅନୁଷ୍ଠାନରେ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣରେ ବାଧା ଉପୁଜୁଛି ।

hiring

ଏହାକୁ ଦୃଷ୍ଟିରେ ରଖି ଅନୁଷ୍ଠାନର ୧୭ଜଣ କର୍ମଚାରୀଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କୁ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିସରକୁ ନିମନ୍ତ୍ରିତ କରି ଥାନା ଅଧିକାରୀଙ୍କ ଦ୍ବାରା ସମସ୍ତ କର୍ମଚାରୀଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ପ୍ରତିଷ୍ଠାତା ଶ୍ରୀ ପାଢୀ ଗ୍ରାମାଞ୍ଚଳରେ ପହଁଚି ଅସହାୟ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି । ଏଥିସହିତ କରୋନା ମୁକାବିଲା ନେଇ ସଚେତନ କରାଇବାସହ ସାନିଟାଇଜ୍ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି । ନିଜ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ସେ ସମାଜ ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଶ୍ରୀ ପାଢ଼ୀ ଙ୍କ ଏଭଳି ମହତ ଉଦ୍ଦେଶ୍ୟକୁ ଥାନା ଅଧିକାରୀଙ୍କ ସମେତ ସମସ୍ତ ଜନସାଧାରଣ ପ୍ରଶଂସା କରିଛନ୍ତି ।

ଅନ୍ୟପଟେ ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇବାସହ ମହାମାରୀ କରୋନା ମୁକାବିଲା ନେଇ ସମସ୍ତେ ସଚେତନ ରହିବା ଏବଂ ଏହି ଯୁଦ୍ଧରେ କରୋନାକୁ ହରାଇବାକୁ ପଡ଼ିବ ବୋଲି କହିଛନ୍ତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଓ ଥାନା ଅଧିକାରୀ । ସେପଟେ ଆର୍ଥୀକ ସହାୟତା ପାଇ କର୍ମଚାରୀ ମାନଙ୍କ ମନରେ ଉତ୍ସାହ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଆମ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଯେଉଁ ପଦକ୍ଷେପ ନେଉଛନ୍ତି ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି ଶିକ୍ଷୟତ୍ରୀ ରେଖାରାଣୀ ମହାପାତ୍ର ।

hiranchal ad1
Leave A Reply

Your email address will not be published.

sixteen + 15 =