ବିସିସିଆଇର ବଡ ଘୋଷଣା,ବାତିଲ ହେଲା ଆଇପିଏଲ

0 79

ନୂଆଦିଲ୍ଲୀ : ବାତିଲ ହେଲା ଆଇପିଏଲ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ସୂଚନା ଦେଇଛନ୍ତି ।
ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ୱିତୀୟ ଲହର । ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ସୋମବାର କେକେଆର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ସ୍ଥଗିତ ରଖା ଯାଇଥିଲା । ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗ୍ସର ତିନି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହା ପରେ ଆଇପିଏଲ୍‌ର ବାୟୋ ବବଲକୁ ନେଇ ପ୍ରଶ୍ନ ଉଠିଛି । ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପୂର୍ବରୁ ହାଇଦ୍ରାବାଦର ୨ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦେଶରେ ବଢୁଥିବା କରୋନା ସଂକ୍ରମଣ ପରେ ମଧ୍ୟ ଆଇପିଏଲ୍ ବାତିଲ୍ ହୋଇନଥିଲା । ଅନେକ ଲୋକ ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଦାବି କରି ସାରିଛନ୍ତି ।
ସୂଚନାଯୋଗ୍ୟ, ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ୱାର୍ଲ୍ଡ କ୍ରିକେଟ୍‌ର କାରବାର ପ୍ରାୟ ୧୫ ହଜାର କୋଟି ଟଙ୍କା । ଏଥିରୁ ୩୩ ପ୍ରତିଶତ ଆଇପିଏଲ୍‌ରୁ ହିଁ ଆସିଥାଏ । ଅର୍ଥାତ କେବଳ ଆଇପିଏଲ୍‌ରୁ ବିଶ୍ୱ କ୍ରିକେଟ୍‌କୁ ୫ ହଜାର କୋଟି ଟଙ୍କା ମିଳିଥାଏ । ଏହି କାରଣରୁ ବିସିସିଆଇକୁ ଟି-୨୦ ଲିଗ୍ ଆୟୋଜନରେ ଦୁନିଆର ଅନ୍ୟ କ୍ରିକେଟ୍ ବୋର୍ଡର ସହଯୋଗ ମିଳୁଛି ।

hiranchal ad1
Leave A Reply

Your email address will not be published.

3 × two =