ପାଲଝାର କୃଷିଫାର୍ମ ଦୁର୍ନୀତିର ତଦନ୍ତ ଦାବିକଲା ବିଜେପି

0 622

ବୌଦ୍ଧ,୪/୫- କୃଷିବିଭାଗ ପରିଚାଳିତ ପାଲଝାର କୃଷିଫାର୍ମର ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତି ସମ୍ପର୍କୀତ ଖବରମାନ ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆଜି ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସ୍ୱାକ୍ଷରରେ ଲିଖିତ ଏକ ଅଭିଯୋଗପତ୍ର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ତଥା କୃଷକନେତା ସୁଶାନ୍ତ ବାଘ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ପାଲଝାର୍‌ କୃଷି ଫାର୍ମରେ ଚାଲିଥିବା ସମସ୍ତ ଦୁର୍ନୀତିର ତଦନ୍ତ କରାଯିବାକୁ ପତ୍ରରେ ଦାବି କରାଯାଇଛି । ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ବୋଲି ଚେତାବନୀ ଦେଇଛି । ଗତକାଲି ପାଲଝାର ଫାର୍ମରୁ ଏକ ୪୦୭ ଯୋଗେ ଧାନବୋଝେଇ ହୋଇ ବାହାରକୁ ଚାଲାଣ ହେଉଥିବା ବେଳେ କିଛି ଗଣମାଧ୍ୟମର ପ୍ରତିନିଧି ସେଠାରେ ପହଞ୍ଚିଥିଲେ । କୃଷି ଅଧିଦର୍ଶକ ବାନାମ୍ବର୍‌ ସାହୁ ଓ ତାଙ୍କପୁଅ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍‌ ହୋଇନାହଁ ଓ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

15 + 14 =