ଆଇପିଏଲର ଜନ୍ମଦିନରେ ହ୍ୟାଟ୍ରିକ୍‌ ନେଇ ଇତିହାସ ରଚିଲେ ଚହଲ

0 58

ମୁମ୍ବାଇ : ସୋମବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ୧୫ ତମ ଜନ୍ମଦିନରେ ମୁମ୍ବାଇର ବ୍ରାବୋର୍ନ୍‌ ଷ୍ଟାଡିୟମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଲିଗ୍‌ ଇତିହାସରେ କେବେ ହୋଇ ନଥିଲା । ଆଇପିଏଲର ୧୫ ତମ ଜନ୍ମଦିନରେ ଲିଗ୍‌ର ପ୍ରଥମ ଚାମ୍ପିଅନ୍‌ ରାଜସ୍ଥାନ ରୟାଲ୍ସ (ଆରଆର) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ମୁହାଁମୁହିଁ ହୋଇଥିଲେ ।
ଏହି ସ୍ୱତନ୍ତ୍ର ମ୍ୟାଚ୍‌ ରେ ରାଜସ୍ଥାନର ଜୋସ୍‌ ବଟଲର୍‌ ଏହି ସିଜିନର ଦ୍ୱିତୀୟ ଶତକ ହାସଲ କରିଥିଲେ ଏବଂ ପରେ ଲେଗ୍‌ ସ୍ପିନର ୟୁଜଭେନ୍ଦ୍ର ଚହଲ ହ୍ୟାଟ୍ରିକ୍‌ ପୂରଣ କରିଥିଲେ । ବଟଲରଙ୍କ ଶତକ ଏବଂ ଚହଲଙ୍କ ହ୍ୟାଟ୍ରିକ୍‌ ଆଧାରରେ ରାଜସ୍ଥାନ ଏହି ମ୍ୟାଚରେ କୋଲକାତାକୁ ସାତ ରନ୍‌ରେ ପରାସ୍ତ କରିଛି । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚରେ ଜଣେ ବ୍ୟାଟ୍ସମ୍ୟାନ ଶତକ ଅର୍ଜନ କରିଥିବା ବେଳେ ଅନ୍ୟଜଣେ ବୋଲର ହ୍ୟାଟ୍ରିକ ହାସଲକରିଛନ୍ତି ।
କୋଲକତାକୁ ରାଜସ୍ଥାନ ୨୧୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଲାଗୁଥିଲା ରାଜସ୍ଥାନ ହାତରୁ ଏହି ମ୍ୟାଚ୍‌ ଖସିଯବ । କିନ୍ତୁ ଚହଲ ହ୍ୟାଟ୍ରିକ୍‌ ସମେତ ଚାରିଟି ୱିକେଟ୍‌ ନେଇ ୧୭ ତମ ଓଭରରେ ମ୍ୟାଚକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲେ । ଚହଲ କୋଲକାତା ଅଧିନାୟକ ଶ୍ରେୟାସ ଆୟର, ଶିବମ ମାଭି ଏବଂ ପ୍ୟାଟ କମିନ୍ସଙ୍କୁ ଆଉଟ କରି ଏହି ଓଭରରେ ନିଜର ହ୍ୟାଟ୍ରିକ୍‌ ସମାପ୍ତ କରିଥିଲେ । ଶ୍ରେୟସ୍‌ ଆୟର ଏଲବିଡବ୍ଲୁ ଆଉଟ୍‌ ହୋଇଥିବାବେଳେ ମାଭି ରିୟାନ୍‌ ପାରାଗଙ୍କ ଦ୍ୱାରା କ୍ୟାଚ ହୋଇଥିବାବେଳେ ପାଟ କମିନ୍ସ ସଞ୍ଜୁ ସାମସନଙ୍କ ଦ୍ୱାରା ୱିକେଟ୍‌ ପଛରେ ଧରାପଡିଥିଲେ । ଚଳିତ ସିଜନରେ ହ୍ୟାଟ୍ରିକ୍‌ ନେଇଥିବା ଚହଲ ପ୍ରଥମ ବୋଲର ହୋଇଛନ୍ତି । ସେ ମ୍ୟାଚରେ ୪ ଓଭରରେ ୪୦ ରନ୍‌ ଦେଇ ୫ ୱିକେଟ୍‌ ନେଇଥିଲେ ଏବଂ ଏଥିପାଇଁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଥିଲା ।
ଆଇପିଏଲରେ ହ୍ୟାଟ୍ରିକ୍‌ ନେବାରେ ଚହଲ ହେଉଛନ୍ତି ୨୧ତମ ବୋଲର ଏବଂ ଂରାଜସ୍ଥାନ ରୟାଲ୍ସ ପାଇଁ ପଞ୍ଚମ ବୋଲର । ତାଙ୍କ ପୂର୍ବରୁ ଅଜିତ ଚଣ୍ଡିଲା, ପ୍ରବୀଣ ତାମ୍ବେ, ସେନ ୱାଟସନ ଏବଂ ଶ୍ରେୟାସ ଗୋପାଳ ଆଇପିଏଲରେ ରାଜସ୍ଥାନ ଦଳ ପାଇଁ ହ୍ୟାଟ୍ରିକ୍‌ ନେଇଛନ୍ତି । ଚହଲଙ୍କ ବ୍ୟତୀତ ଲକ୍ଷ୍ମୀପତି ବାଲାଜୀ, ଅମିତ ମିଶ୍ର, ଯୁବରାଜ ସିଂ, ରୋହିତ ଶର୍ମା, ପ୍ରବୀଣ କୁମାର, ଆଜିଲ ଚାନ୍ଦେଲା, ପ୍ରବୀଣ ତାମ୍ବେ, ଅକ୍ଷର ପଟେଲ, ଜୟଦେବ ଉନାଦକତ, ଶ୍ରେୟାସ ଗୋପାଳ ଏବଂ ହର୍ଷଲ ପଟେଲ ମଧ୍ୟ ଆଇପିଏଲରେ ହ୍ୟାଟ୍ରିକ ନେଇଛନ୍ତି । । ମିଶ୍ର ଏହି ସଫଳତା ସର୍ବାଧିକ ତିନିଥର ହାସଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + twelve =