ଆଇସିସି ନିଷ୍ପତ୍ତି ଉପରେ ନିର୍ଭର କରୁଛି ଆଇପିଏଲ

0 104

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ ସ୍ଥଗିତ ରଖାଯାଇଛି । ବିସିସିଆଇ ଆସନ୍ତା ଅକ୍ଟୋବରରୁ ନଭେମ୍ବର ଭିତରେ ଆଇପିଏଲ୍ ଆୟୋଜନ କରିବା ନେଇ ବିଚାର ଆଲୋଚନା ଚଳାଇଛି । ତେବେ ଆଇପିଏଲ ନ ହେବା ଟି-୨୦ ପୁରୁଷ ବିଶ୍ୱକପ ଉପରେ ନିର୍ଭର କରୁଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଯଦି ଟି-୨୦ ବିଶ୍ୱକପ୍ ସ୍ଥଗିତ ରହେ ତା’ହେଲେ ଅକ୍ଟୋବର-ନଭେମ୍ବରରେ ଆଇପିଏଲ ଆୟୋଜନ କରିବା ସମ୍ଭବ ପର ହୋଇପରିବାର । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ଆରମ୍ଭ ହେବ । ନଭେମ୍ବର ୧୫ ତାରିଖରେ ଏହା ଶେଷ ହେବ । ବର୍ତ୍ତମାନ ସବୁଦେଶ ସେମାନଙ୍କର ସୀମାକୁ ସିଲ୍ କରିଦେଇଛନ୍ତି । ସବୁଦେଶରେ ଲକଡାଉନ୍ ଲାଗୁ କରାଯାଇଛି । ଅଷ୍ଟ୍ରେଲିଆରେ ୬ ମାସ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଆଗକୁ ସ୍ଥିତି ଯଦି ସୁଧୁରିଯିବ ତେବେ ଲକଡାଉନ୍ ଉଠାଇ ନିଆଯାଇପାରେ । ସେ କ୍ଷେତ୍ରରେ ଟି-୨୦ ବିଶ୍ୱକପ୍ ସ୍ୱାଭାବିକ ଭାବେ ଆୟୋଜନ କରାଯାଇପାରିବ । କିନ୍ତୁ ପରିସ୍ଥିତି ଗୁରୁତର ଅବସ୍ଥାରେ ରହିଲେ ବିଶ୍ୱକପକୁ ସ୍ଥଗିତ ରଖିବାକୁ ପଡିପାରେ । ଏହା ଆଇସିସି ଉପରେ ନିର୍ଭର କରୁଛି । ତେଣୁ ଆଇସିସିର ନିଷ୍ପତ୍ତି ଉପରେ ଆଇପିଏଲ ହେବା ନ ହେବା ସଂପୂର୍ଣ୍ଣ ଭାବରେ ନିର୍ଭରଶୀଳ ବୋଲି ସେ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ଅନ୍ତର୍ଜାତୀୟ ସୀମାଗୁଡିକୁ ବନ୍ଦ କରିବା ସଂପର୍କରେ ଭାରତ ସରକାର କି ପ୍ରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା ଆମେ ଏ ପର୍ଯ୍ୟନ୍ତ ଜାଣିନାହୁଁ । ଏଭଳି ସ୍ଥିତିରେ ଆଇପିଏଲ ପାଇଁ ଅକ୍ଟୋବର-ନଭେମ୍ବର ହିଁ ନିରାପଦ ହେବ ବୋଲି ମନେ କରାଯାଉଛି । କିନ୍ତୁ ସେତେବେଳକୁ ଟି-୨୦ ବିଶ୍ୱକପ୍ ସମୟ ହୋଇଯାଇଥିବ । ଗୋଟିଏ ସମୟରେ ଦୁଇଟି ଯାକ ଇଭେଣ୍ଟ କରିବା ସମ୍ଭବ ନୁହେଁ । ତେଣୁ ଆଇସିସି ଯଦି ବିଶ୍ୱକପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ ତା’ହେଲେ ଆଇପିଏଲ ଆୟୋଜନ କରାଯିବା ସମ୍ଭବ ହୋଇପାରିବ ।

hiranchal ad1
Leave A Reply

Your email address will not be published.

one × 4 =