ଜସପ୍ରୀତ ବୁମ୍ରା ଫିଟ୍‌, ଶ୍ରୀଲଙ୍କା ବିପକ୍ଷ ସିରିଜରେ ଖେଳିବେ

0 43

ନୂଆଦିଲ୍ଲୀ :ଭାରତୀୟ କ୍ରିକେଟ ପ୍ରେମୀ ଓ ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର । ଭାରତର ଷ୍ଟାର ପେସ ବୋଲର ଜସପ୍ରିତ ବୁମ୍ରା ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ଗତ ୬ ମାସ ଧରି ସେ ଆଘାତ କାରଣରୁ ଭାରତୀୟ ଦଳରୁ ଦୂରେଇ ରହିଥିଲେ । ଏସିଆ କପ ଓ ଟି-୨୦ ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଅନୁପସ୍ଥିତିକୁ ଭାରତ ଅନୁଭବ କରିଥିଲେ । ତେବେ ସେ ତାଙ୍କର ପିଠି ଯନ୍ତ୍ରଣାରୁ ମୁକ୍ତ ହୋଇଛନ୍ତି ଓ ଫିଟ୍‌ ନେସ୍‌ ପରୀକ୍ଷାରେ ପାସ ମଧ୍ୟ କରିଛନ୍ତି । ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଦଳରେ ତାଙ୍କ ସ୍ଥାନ ମିଳିଛି । ଏ ସଂପର୍କରେ ବିସିସିଆଇ ଟ୍ୱିଟ୍‌ କରି ସୂଚନା ଦେଇଛି ।
ଗତ ବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଜସପ୍ରୀତ ବୁମରାଙ୍କ ପିଠିରେ ଆଘାତ ଲାଗିଥିଲା । ଏହି କାରଣରୁ ତାଙ୍କୁ ଟି -୨୦ ବିଶ୍ୱକପ ୨୦୨୨ ରୁ ବାଦ୍‌ ଦିଆଯାଇଥିଲା । ଏହା ପରେ ଦ୍ରୁତ ବୋଲର ରିହାବ କରୁଥିଲେ । ବିସିସିଆଇର ବିବୃତ୍ତି ଅନୁଯାୟୀ ତାଙ୍କୁ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନସିଏ) ଦ୍ୱାରା ଫିଟ୍‌ ଘୋଷଣା କରାଯାଇଛି । ସେ ଖୁବ୍‌ ଶୀଘ୍ର ଟିମ୍‌ ଇଣ୍ଡିଆରେ ଯୋଗଦେବେ ।
ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍‌ ରାହୁଲ (ୱିକେଟ୍‌ କିପର), ଇଶାନ କିଶନ (ୱିକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍‌ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଜସପ୍ରୀତ ବୁମ୍ରା, ଏମ. ଶାମି, ଏମ. ସିରାଜ, ଉମ୍ରାନ ମଲିକ, ଅର୍ଶଦୀପ ସିଂ ।

hiranchal ad1
Leave A Reply

Your email address will not be published.

four + eighteen =