ରାହୁଲ ହେଲେ ଟିମ୍ ଇଣ୍ଡିଆ କୋଚ୍‌

0 91

ନୂଆଦିଲ୍ଲୀ: ପୂର୍ବତନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡ୍ ହେଲେ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍। ଏ ନେଇ ବିସିସିଆଇ ଆଜି ଆନୁଷ୍ଠାନିକ ଘୋଷଣା କରିଛି। ଦ୍ରାବିଡ୍ ଏବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ। ୟୁଏଇରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍ ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ପରେ ଦ୍ରାବିଡ୍ ଟିମ୍ ଇଣ୍ଡିଆ କୋଚ୍ ପଦ ଭାବେ ଦାୟିତ୍ୱ ସମ୍ଭାଳିବେ।

ସୁଲକ୍ଷଣା ନାଏକ ଓ ଆରପି ସିଂଙ୍କୁ ନେଇ ଗଠିତ ବିସିସିଆଇର କ୍ରିକେଟ୍‌ ଆଡଭାଇଜରୀ କମିଟି (ସିଏସି) ଦ୍ରାବିଡଙ୍କୁ କୋଚ୍ ଭାବେ ନିଯୁକ୍ତି ଦେଇଛି। ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ୍ କୋଚ୍ ଭାବେ ଦ୍ରାବିଡଙ୍କର ପ୍ରଥମ କାର୍ଯ୍ୟ ହେବ। ପୂର୍ବରୁ ଦ୍ରାବିଡଙ୍କ କୋଚ୍ ହେବା ନେଇ ସୂଚନା ମିଳିଥିଲା। ମୁଖ୍ୟ କୋଚ୍ ପାଇଁ ଅକ୍ଟୋବର ୨୬ ତାରିଖ ସୁଦ୍ଧା ଆବେଦନ କରିବାକୁ ବିସିସିଆଇ ବିଜ୍ଞପ୍ତି ଜାରି କରିଥିଲା। ଦ୍ରାବିଡ୍ ଶେଷ ଦିନ କୋଚ୍ ପଦବୀ ପାଇଁ ଆବେଦନ କରିଥିଲେ।

hiring

hiranchal ad1
Leave A Reply

Your email address will not be published.

1 + 4 =