ଭାରତୀୟ କ୍ରିକେଟ ଟିମରେ ହୋଇପାରେ ବଡ ପରିବର୍ତ୍ତନ । କାହିଁକି ନା ଟି-୨୦ ବିଶ୍ୱକପ୍ ବିଜୟୀ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜର ଅଧିନାୟକ ପଦ ହରାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୬ରେ ସୂର୍ଯ୍ୟକୁମାରଙ୍କ ଖରାପ ବ୍ୟାଟିଂ ଫର୍ମ ବିସିସିଆଇର ଚିନ୍ତା ବଢ଼ାଇ ଦେଇଛି । ସେ ଚଳିତ ସିଜନର ୧୦ଟି ମ୍ୟାଚରେ ମାତ୍ର ୧୯୫ ରନ୍ କରିବାକୁ ସକ୍ଷମ ହୋଇଛନ୍ତି ।

ଅନ୍ୟପଟେ, ଶ୍ରେୟସ ଆୟର ନିଜର ଚମତ୍କାର ନେତୃତ୍ୱ ଏବଂ ଦମଦାର ବ୍ୟାଟିଂ ପାଇଁ ଏବେ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ଅଜିତ ଅଗରକରଙ୍କ ନେତୃତ୍ୱରେ ବସିବାକୁ ଥିବା ଆଗାମୀ ଚୟନ କମିଟି ବୈଠକରେ ଶ୍ରେୟସ ଆୟରଙ୍କୁ ଟି-୨୦ ଅଧିନାୟକ ଦାୟିତ୍ୱ ପ୍ରଦାନ ନେଇ ଆଲୋଚନା ହୋଇପାରେ। ତାଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସର ଭଲ ପ୍ରଦର୍ଶନ ପରେ କ୍ୟାପଟେନ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ଶ୍ରେୟସ ।
ଚଳିତ ଆଇପିଏଲ ସିଜନରେ ପଞ୍ଜାବ କିଙ୍ଗସର ଜବରଦସ୍ତ ନେତୃତ୍ୱ ଏବଂ IPL ରେ ତାଙ୍କର ଶାଣିତ ରଣନୀତି ଚୟନକର୍ତ୍ତାଙ୍କ ମନ ଜିଣିଛି । ତେବେ ବିସିସିଆଇର ନିଷ୍ପତି ଉପରେ ରହିଛି କ୍ରିକେଟପ୍ରେମୀଙ୍କ ନଜର ।
