ଉତ୍ସାହ ଓ ଉଦ୍ଦୀପନା ସହ ମତଦାନ ଆରମ୍ଭ

0 672

ଆରମ୍ଭରୁ କିଛି କେନ୍ଦ୍ର ରେ ଇଭିଏମ ଅଚଳ ପରେ ସ୍ଥିତି ସାମାନ୍ୟ କରାଗଲା

ଅପରାହ୍ନ ୧ଟା ପର୍ଯ୍ୟନ୍ତ ୨୨ ରୁ ୪୮ ପ୍ରତିଶତ ସହିତ ହାରାହାରି ୩୩.୬ ପ୍ରତିଶତ ମତଦାନ

ସମ୍ବଲପୁର, ଓଡିଶା ରେ ତୃତୀୟ ପର୍ଯ୍ୟାୟରେ ପରିଚାଳିତ ମତଦାନ ପ୍ରକ୍ରିୟାରେ ଆଜି ଏଠାରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହିତ ମତଦାତାମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଆଗେଇ ଆସିଛନ୍ତି । ସକାଳ ସାତଟା ରେ ମତଦାନ କେନ୍ଦ୍ର ଖୋଳିବା ପୂର୍ବରୁ ମତଦାତାମାନେ ଆସି ଲାଇନ ରେ ଠିଆ ହେବାର ଦେଖାଗଲା । ପ୍ରବଳ ଖରାଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ସକାଳୁ ପହଞ୍ଚି ନିଜ ମତଦାନ କାର୍ଯ୍ୟ ତୁଳାଇବାକୁ ଚାହିଁ ଥିଲେ ।

hiring

କିଛି କେନ୍ଦ୍ର ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଭିଏମ ସୁଚାରୁ ରୂପେ କାର୍ଯ୍ୟ କରି ନ ଥିଲା କିନ୍ତୁ ଅଧିକାଂଶ ସ୍ଥାନରେ ମତଦାନ ସାମାନ୍ୟ ରୂପେ ଆରମ୍ଭ ହୋଇଥିଲା । ସମ୍ବଲପୁର ନଗର ନିଗମ ଅଞ୍ଚଳ ମଧ୍ୟରେ ଦେହେରିପାଲି ଓ ଧନକୌଡା ସହିତ ରେଙ୍ଗାଲି ନିକଟସ୍ଥ ଗୋଲାମାଲ ଓ ଔଦ୍ୟୋଗିକ ନଗରି ହୀରାକୁଦ ଠାରେ କିଛି ଇଭିଏମ ଆରମ୍ଭରେ କାର୍ଯ୍ୟ କରି ନ ପାରିବାର ଅଭିଯୋଗ କ୍ରମେ ସେଠାରେ ଅଧିକାରୀମାନେ ପହଞ୍ଚି ସ୍ଥିତି ସାମାନ୍ୟ କରାଇ ମତଦାନ କାର୍ଯ୍ୟ ଆରମ୍ଭ କରାଇଥିଲେ । ପ୍ରାୟ ଦଶଟା ପରେ ସବୁଆଡେ ସ୍ଥିତି ସାମାନ୍ୟ ହୋଇ ମତଦାନ କାର୍ଯ୍ୟ ସୁରୁଖୁରୁରେ ଚାଲିଲା ।

ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ଉଭୟ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜଦ ପ୍ରାର୍ଥୀ ଡା ରାସେଶ୍ବରୀ ପାଣିଗ୍ରାହୀ ଓ ଭାଜପା ପ୍ରାର୍ଥୀ ଜୟନାରାୟଣ ମିଶ୍ର ସହିତ ଅଧିକାଂଶ ଅନ୍ୟ ପ୍ରାର୍ଥୀମାନେ ସେତେବେଳ ପର୍ଯ୍ୟନ୍ତ ନିଜ କେନ୍ଦ୍ର ରେ ମତଦାନ କରିସାରିଥିଲେ ଓ ସେମାନେ ନିଜ ସମର୍ଥକ ମାନଙ୍କୁ ଉତ୍ସାହିତ କରିବା ପାଇଁ ବାହାରି ପଡିଥିଲେ । ଏହିକ୍ରମେ ଧନକୌଡା ନିକଟସ୍ଥ ସୁନାପାଲିର ଏକ ମତଦାନ କେନ୍ଦ୍ର ନିକଟରେ କିଛି ଲୋକେ ଭାଜପା ପ୍ରାର୍ଥୀ ଜୟନାରାୟଣ ମିଶ୍ର ଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗ ମିଳିଥିଲା । ସେଠାରେ କିନ୍ତୁ ତାଙ୍କର ସମର୍ଥକମାନେ ସାଙ୍ଗେ ସାଙ୍ଗେ ପହଞ୍ଚି ତାଙ୍କୁ ସୁରକ୍ଷିତ ବାହାରକୁ ନେଇ ଯାଇ ଥିଲେ । ତଥାପି ସେଠାରେ ସ୍ଥିତି ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ରହି ଥିବାରୁ ପୁଲିସ ନିୟୋଜିତ ଅଛନ୍ତି ।

hiranchal ad1
Leave A Reply

Your email address will not be published.

15 + nineteen =