କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୪ ଗିରଫ

0 690

ଭୁବନେଶ୍ୱର : ଟିକେଟ୍ କଟିବା ଘଟଣାକୁ କେନ୍ଦ୍ର କରି ଗତ ତିନିଦିନ ତଳେ କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିବା ଘଟଣାରେ ୪ଜଣଙ୍କୁ ଆଜି ପୁଲିସ ଗିରଫ କରିଛି । ଭୁବନେଶ୍ୱର ଏକାମ୍ର ରଶ୍ମି ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶୟୀ ଶେଖ୍ ଅମିର ଅହମ୍ମଦ ଓ ତାଙ୍କର ସମର୍ଥକ ଗୋଷ୍ଠୀ କଂଗ୍ରେସ ଭବନରେ ତାଲା ପକାଇବା ସହିତ କାର୍ଯ୍ୟାଳୟରେ ମଧ୍ୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯୋଗ୍ୟବ୍ୟକ୍ତିଙ୍କୁ ଏଆଇସିସି ଟିକେଟ୍ ପ୍ରଦାନ କରୁଛି । ତେବେ ଯିଏ ଟିକେଟ ନ ପାଇବ ତାକୁ ନେଇ ଗଣ୍ଡଗୋଳ କଲେ ଚଲିପାରିବନାହିଁ । କଂଗ୍ରେସ ତାକୁ ବାହାର ଦୁଆର ଦେଖାଇଦେବ । ବିଶୃଙ୍ଖଳାକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଆଗକୁ ମଧ୍ୟ ଏଭଳି ବରଦାସ୍ତ କରାଯିବ ନାହିଁ ।

hiranchal ad1
Leave A Reply

Your email address will not be published.

4 × four =