କାଠଯୋଡ଼ି ବ୍ରିଜ୍‌ ଉପରେ ବଗି ଛାଡ଼ି ଇଞ୍ଜିନ୍‌ ପଳାଇଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

0 602

କଟକ: ବଗି ଛାଡ଼ି ପଳାଇଲା ରେଳ ଇଞ୍ଜିନ। ଏକ ଭୟାବହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। କଟକ କାଠଯୋଡ଼ି ବ୍ରିଜ୍‌ ଉପରେ ଭୁବନେଶ୍ୱରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସର ବଗିରୁ ଇଞ୍ଜିନ୍‌ ଛାଡ଼ି ପଳାଇବା ପରେ ଟ୍ରେନ୍‌ଟି ପୋଲ ଉପରେ ଅଟକି ରହିଛି। ତେବେ, ଘଟିଥିବା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜାଣିବାକୁ ମିଳିଛି।

hiring

ଖବର ପାଇ ରେଳ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ରେନ୍‌ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ମରାମତି କାର୍ଯ୍ୟ ଶେଷ ହେବା ପରେ ଘଣ୍ଟାଏ ବିଳମ୍ବରେ ଏବେ ରେଳ ଟ୍ରାକ୍‌ ଟ୍ରେନ୍‌ଟି ଚାଲିଥିବା ସୂଚନା ରହିଛି। ତେବେ, କୌଣସି ଯାନ୍ତ୍ରିକ ତ୍ରୁଟି ହେତୁ ଏପରି ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ଏଯାବତ୍‌ କାରଣ ସ୍ପଷ୍ଟ ହୋଇ ନାହିଁ। ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ରୋଡ ଡିଆର୍‌ଏମ୍‌ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

five × two =