କେନ୍ଦ୍ରାପଡ଼ା ଜିଲ୍ଲାରେ ୨ୟ କରୋନା ପଜିଟିଭ୍ ଚିହ୍ନଟ

0 682

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ଚିହ୍ନଟ ହୋଇଥିବା ଚାରୋଟି ପଜିଟିଭ୍ ମଧ୍ୟରୁ ଗୋଟିଏ ପଜିଟିଭ୍ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ସେ ଦେଶ ବାହାରୁ ଆସି କ୍ୱାରେଣ୍ଟାଇନରେ ରହିଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ଅଞ୍ଚଳର ଦୁଇଟି ଗ୍ରାମକୁ ସିଲ୍ କରାଯିବା ସହିତ ଆଜି ସାନିଟାଇଜ୍ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହି ଜିଲ୍ଲାରେ ଆଉଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସମ୍ପୃକ୍ତ ଦ୍ୱିତୀୟ ପଜିଟିଭଙ୍କ ପରିବାର ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସମ୍ପୃକ୍ତ ଦ୍ୱିତୀୟ କରୋନା ପଜିଟିଭ୍ ମହିଳାଙ୍କୁ କଟକ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଏବେ ଅଣାଯାଉଛି ।

hiranchal ad1
Leave A Reply

Your email address will not be published.

twenty − 3 =