କେବଳ କୋଭିଡ୍‌-୧୯ ହସ୍ପିଟାଲରେ ହେବ କରୋନା ଚିକିତ୍ସା

0 672

ଭୁବନେଶ୍ୱର : କେବଳ କୋଭିଡ୍‌-୧୯ ହସ୍ପିଟାଲରେ ହେବ କରୋନା ଚିକିତ୍ସା । ଏହା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ସେ କହିଥବଲେ ଯେ, ରାଜ୍ୟର ୭ଟି କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ ହୋଇଗଲାଣି । ଏଥିରେ ପାଖାପାଖି ୧୩୫୦ ବେଡ୍ ଓ ଆଇସିୟୁ ରହିଛି । ବର୍ତ୍ତମାନ କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ମାତ୍ର କରୋନା ରୋଗୀ ଅଛନ୍ତି । ରକ୍ତ ନମୂନା ଯାଞ୍ଚ୍ ପରେ ଡିସ୍‌ଚାର୍ଜ କରାଯିବ । ଏସ୍‌ସିବି ଓ ଅନ୍ୟ କୌଣସି ହସ୍ପିଟାଲରେ କରୋନା ରୋଗୀ ନାହାନ୍ତି । ଫଳରେ ସାଧାରଣ ରୋଗୀ ସବୁ ହସ୍ପିଟାଲକୁ ଆସିପାରିବେ । ଏହା ବ୍ୟତୀତ ଟେଷ୍ଟ କିଟ୍ ଅଧିକ ସଂଖ୍ୟାରେ ମିଳିଗଲାଣି । ପ୍ରତିଦିନ ଏହା ତ୍ୱରାନ୍ୱିତ ହେବ ।

hiranchal ad1
Leave A Reply

Your email address will not be published.

4 × two =