ଏଣିକି କରୋନା ମୁକାବିଲାରେ ସହାୟତା କରିବେ ଶିକ୍ଷକ/ଶିକ୍ଷୟତ୍ରୀ

0 2,405

ବୌଦ୍ଧ : ଏଣିକି ଶିକ୍ଷକ, ଶିକ୍ଷୟତ୍ରୀମାନେ ମହାମାରୀ କରୋନାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ହେବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ବୌଦ୍ଧ ଜିଲ୍ଲାପାଳ ଏକ ଆଦେଶ ଜାରୀ କରିଥିବା ଜଣାପଡିଛି । କେଉଁ ଶିକ୍ଷକ କେଉଁ ଗ୍ରାମରେ କ’ଣ କ’ଣ କାମ କରିବେ ସେ ସମ୍ବନ୍ଧରେ ଜିଲ୍ଲାପାଳ ନିଜ ଆଦେଶନାମାରେ ଉଲ୍ଲେଖ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଏନଏସିରେ ୯ଜଣ, ବୌଦ୍ଧ ବ୍ଲକରେ ୧୦୦ଜଣ, କଣ୍ଟାମାଳ ବ୍ଲକରେ ୧୧୧ଜଣ ଓ ହରଭଙ୍ଗା ବ୍ଲକରେ ୧୧୧ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି ।

hiring


ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଲକଡାଉନ ନିୟମାବଳୀକୁ ସଂପୂର୍ଣ୍ଣ ରୂପେ ପାଳନ ପାଇଁ ୱାର୍ଡମେମ୍ବର, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀମାନଙ୍କୁ ସହ ମିଶି ଲୋକଙ୍କୁ ସଚେତନ କରାଇବେ । ବାହାର ରାଜ୍ୟରୁ ଘରକୁ ଫେରିଥିବା ଲୋକଙ୍କୁ ନିଜ ଘରେ ସଙ୍ଗରୋଧ ଭାବେ ରହିବାକୁ ପରାମର୍ଶ ଦେବା, କରୋନା କୋଭିଡ-୧୯ରୁ କିଭଳି ସୁରକ୍ଷିତ ରହିହେବ ସେ ସଂପର୍କରେ ଅବଗତ କରାଇବେ । ଦାୟିତ୍ୱ ଦିଆଯାଇଥିବା ଗ୍ରାମକୁ ଦୈନନ୍ଦିନ କେତେଜଣ ପ୍ରବାସୀ ଆସିଛନ୍ତି ସେ ସଂପର୍କରେ ପ୍ରତିଦିନ ସଂପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୂଚନା ଦେବେ । ଏହା ସହିତ ନିଜେ ମୁତୟନ ହୋଇଥିବା ଗ୍ରାମକୁ ଆସୁଥିବା ଡାକ୍ତରୀଟିମ୍‌, ପୁଲିସ ପେଟ୍ରୋଲିଂ ଟିମ୍ ଓ ସରକାରୀମାନଙ୍କୁ ସହଯୋଗ କରିବେ । ବାହାରୁ ଗ୍ରାମକୁ ଆସିଥିବା ପ୍ରବାସୀମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାରେ ସହଯୋଗ କରିବେ ।

hiranchal ad1
Leave A Reply

Your email address will not be published.

7 + one =