ଅମାନିଆଙ୍କୁ ସଚେତନ କରୁଛି ପ୍ରଶାସନ : ୧୭ବାଇକ ଜବତ, ୨୨ହଜାର ୫ଶହଟଙ୍କା ଫାଇନ ଆଦାୟ

0 1,115

ବୌଦ୍ଧ,: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗତକାଲି ନିୟମକୁ ଆହୁରି କଡାକଡି କରାଯାଇଛି । ସରକାରୀ ନିୟମ ଅନୁଯାୟୀ ଆଜିଠାରୁ ବୌଦ୍ଧଜିଲ୍ଲାରେ ବାଇକ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ତଥାପି ଏହି ନିୟମକୁ ଉଲ୍ଲଂଘନ କରି ବୌଦ୍ଧସହରର ବିଭିନ୍ନ ଛକରୁ କିଛି ଅମାନିଆ ବାଇକ ଚାଳକଙ୍କୁ ଧରି ଟାଉନ ପୁଲିସ ଫାଇନ ଆଦାୟ କରିଥିବା ଜଣାପଡିଛି ।

hiring

ଆଜି ୧୭ଟି ଗାଡି ଜବତ କରାଯାଇଥିବାବେଳେ ପ୍ରତି ଗାଡିକୁ ୫ଶହ ଟଙ୍କା ଲେଖାଏଁ ଫାଇନ ଆଦାୟ କରିବା ସହିତ ତାଗିଦ କରାଯାଇଥିବା ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ସୂଚନା ଦେଇଛନ୍ତି । ସେହିପରି ପ୍ରଶାସନ ତରଫରୁ ୧୧ଟାପରେ ମଧ୍ୟ ଦୋକାନ ଖୋଲିଥିବା ୧୧ ଜଣ ଦୋକାନୀଙ୍କ ଠାରୁ ୧୪ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନ ପରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧିପାଇବ ବୋଲି ଆଶାକରାଯାଉଛି ।

hiranchal ad1
Leave A Reply

Your email address will not be published.

5 × 2 =