ସ୍ବୟଂ ସହାୟକ ଗୋଷ୍ଠୀ ସାହାଯ୍ୟରେ ମାସ୍କ ଉତ୍ପାଦନ

0 105

ସମ୍ବଲପୁର :ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଧିସୂଚନା ଜାରି କରି ଜନସାଧାରଣ ଙ୍କ ପାଇଁ ଘରବାହାରେ ମାସ୍କ ପିନ୍ଧିବା ବାଧ୍ଯ କରି ଦିଆଯାଇଛି, ଯାହାକି ଆଗାମୀ ୯ମାର୍ଚ୍ଚ ସକାଳ ୭ଟାରୁ ଲାଗୁ କରାଯାଉଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ନିଜ ତରଫରୁ ସକ୍ରିୟତା ଦର୍ଶାଇ ବହୁସ°ଖ୍ଯାରେ ମାସ୍କ ଉତ୍ପାଦନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିପାଇଁ ସୂତିକନାରୁ ମାସ୍କ ତିଆର କରାଯାଉଛି, ଯାହାକି ତ୍ରିସ୍ତରୀୟ ଓ ଉଚ୍ଚମାନର ରହିବ । ଏହାର ଉତ୍ପାଦନ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ନିୟୋଜିତ କରାଯାଉଛି । ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଅର୍ଡାବାହାଲ ଓ ଏହାର ଆଖପାଖ ଗାଁରେ ସକ୍ରିୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ପ୍ରଥମ ପର୍ଯ୍ୟାୟରେ ସୁଯୋଗ ଦିଆଯାଇଛି ଓ ପର୍ଯ୍ଯାୟକ୍ରମେ ଅନ୍ୟମାନଙ୍କୁ ନିୟୋଜିତ କରାଯିବ ।

hiranchal ad1
Leave A Reply

Your email address will not be published.

4 + 18 =