ଲକ୍ ଡାଉନର ପ୍ରଭାବ : ବଜାର ଅଭାବରୁ କ୍ଷତି ସହୁଛନ୍ତି ତରଭୁଜ ଚାଷୀ

0 231

ବୌଦ୍ଧ : ଫେବୃଆରୀ ମାସରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ତରଭୁଜ ଚାଷ କେତେକାଂଶରେ ନଷ୍ଟ ହୋଇଥିଲା । ଯାହାକିଛି ଚାଷ ରକ୍ଷା ପାଇଥିଲା ଏବଂ କରୋନା ପାଇଁ ହୋଇଥିବା ଲକଡାଉନ ଯୋଗୁଁ ଉତ୍ପାଦିତ ତରଭୁଜ ବିକ୍ରି କରିନପାରିବା ତରଭୁଜ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ବଜାର ଅଭାବରୁ ଉପଯୁକ୍ତ ମୂଲ୍ୟ ପାଇବାରୁ ଚାଷୀ ବଞ୍ଚିତ ହେଉଥିବା ଅଭିଯୋଗ ହୁଏ ।

hiring


ଗତ ୧୦/୧୫ ବର୍ଷ ହେଲା ବୌଦ୍ଧ ଜିଲ୍ଲାର ମୁର୍ଷୁଣ୍ଢି, ବଢିଗାଁ, ଖୁଣ୍ଟବନ୍ଧ, ବନ୍ଧାପଥର ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଷୀମାନେ ରବି ଋତୁରେ ତରଭୁଜ ଟ୍ରକମାନଙ୍କରେ ବ୍ୟବସାୟୀମାନଙ୍କ ଜରିଆରେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ରାଉରକେଲା ସହରକୁ ଯାଇଥାଏ । ଚାଷୀମାନେ ମଧ୍ୟ ସ୍ଥାନୀୟ ବଜାର ଅପେକ୍ଷା ତରଭୁଜ ବାହାରକୁ ପଠାଇ ଭଲ ଦୁଇପଇସା ରୋଜଗାର କରୁଥିଲେ । ଗତ ଫେବୃଆରୀ ମାସରେ ଅଦିନିଆଁ ଲଗାଣ ବର୍ଷା ଯୋଗୁଁ ତରଭୁଜ ଚାଷ କେତେକାଂଶରେ କ୍ଷତି ହୋଇଥିଲା । ଯାହାବି କିଛି ଗଛ ବର୍ଷାରୁ ରକ୍ଷା ପାଇଥିଲା ତାହାକୁ ବିକ୍ରି ଖର୍ଚ୍ଚ ମେଣ୍ଟାଇବାକୁ ଆଶା ବାନ୍ଧିଥିଲେ ଚାଷୀ । ଏବେ ତରଭୁଜ ଅମଳ ସମୟ ହୋଇଥିବା ବେଳେ କରୋନା ପାଇଁ ଲକଡାଉନ ଯୋଗୁଁ ତରଭୁଜ ଚାଷୀ ମୁଣ୍ଡରେ ଚଡକ ପଡିଛି । ଲକଡାଉନ କଟକଣା ଯୋଗୁଁ ଜିଲ୍ଲା ବାହାରୁ କୌଣସି ବ୍ୟବସାୟୀ ତରଭୁଜ କିଣିବାକୁ ଆସୁନଥିବାରୁ ଓ ପରିବହନ ବ୍ୟବସ୍ଥା ବନ୍ଦ ଥିବାରୁ ସ୍ଥାନୀୟ ଖାଉଟୀମାନଙ୍କ ଉପରେ କେବଳ ନିର୍ଭରଶୀଳ ହେଉଥିବାରୁ ସେମାନେ ଅଭାବି ବିକ୍ରିର ଶିକାର ହେଉଛନ୍ତି । ଲକଡାଉନ ହେତୁ ସ୍ଥାନୀୟ ବଜାର ଗୁଡିକ ମଧ୍ୟ ନବ୍ଦ ହୋଇଯିବା ଫଳରେ ଉତ୍ପାଦିତ ତରଭୁଜ ବିକି ନପାରି ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରନ୍ତି । ଦଣ୍ଡଯାତ୍ରାରେ ବ୍ରତୀମାନେ ପଣାପାଣି କରି ତରଭୁଜ ଖାଇଥାନ୍ତି ଓ ପଣା ସଂକ୍ରାନ୍ତିରେ ତରଭୁଜ ରେକର୍ଡଡ ସଂଖ୍ୟକ ଉଚ୍ଚ ଦରରେ ବିକ୍ରି ହୋଇଥାଏ । ଚଳିତ ବର୍ଷ ଦଣ୍ଡଯାତ୍ରା ଓ ପଣା ସଂକ୍ରାନ୍ତି ଲକଡାଉନ ଯୋଗୁ ପାଳନ କରିବା ପାଇଁ ପ୍ରଶାସନ ନିଶେଧାଦେଶ କରିଥିବାରୁ ତରଭୁଜ ଚାଷୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି । ତରଭୁଜ ଚାଷୀଙ୍କୁ ସରକାର ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × two =