ଜାଣନ୍ତୁ କେତେ ଦରମା ପାଆନ୍ତି ଆମର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି, ବେତନ କଟିବା ପରେ ସରକାରଙ୍କୁ କେତେ ମିଳିବ ଫାଇଦା

0 636

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ଲାଗିଥିବା ବେଳେ ମୃତ୍ୟୁସଂଖ୍ୟା ଆଜି ୧୧୪ରେ ପହଞ୍ଚିଛି । ୨୧ଦିନର ଲକଡାଉନ, ବ୍ୟବସାୟ-ବାଣିଜ୍ୟ କାରବାର ବନ୍ଦ କରିବା ପରେ କେନ୍ଦ୍ର ସରକାର ଆଉ ବଡ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦଙ୍କ ଦରମାର ୩୦ ପ୍ରତିଶତ କଟାଯିବ । ଏହା ସହିତ ସାଂସଦ ପାଣ୍ଠିକୁ ମଧ୍ୟ ସସପେଣ୍ଡ କରିଦେଇଛନ୍ତି । ଜାଣନ୍ତୁ କିଏ କେତେ ଦରମା ପାଉଥିଲେ ଓ ସରକାରଙ୍କ ଏହି ନିଷ୍ପତ୍ତି ପରେ କ’ଣ ମିଳିବ ଫାଇଦା
କାହାକୁ କେତେ ଦରମା ମିଳେ
-ରାଷ୍ଟ୍ରପତିଙ୍କ ଦରମା ୫ଲକ୍ଷ ଟଙ୍କା ହୋଇଥିବା ବେଳେ ଉପରାଷ୍ଟ୍ରପତିଙ୍କୁ ମାସ ପିଛା ୪ଲକ୍ଷ ଟଙ୍କା ମିଳିଥାଏ ।
-ରାଜ୍ୟପାଳଙ୍କୁ ମାସ ପିଛା ୩.୫ ଲକ୍ଷ ଦରମା ମିଳୁଥିବା ବେଳେ କେନ୍ଦ୍ରଶାସିତ ଅଂଚଳର ଉପରାଜ୍ୟପାଳଙ୍କୁ ୧.୧୦ଲକ୍ଷ ଟଙ୍କା ଦରମା ଆକାରରେ ମିଳିଥାଏ ।

hiring
  • ପ୍ରଧାନମନ୍ତ୍ରୀଙ୍କ ମାସିକ ଦରମା ୧.୬୦ଲକ୍ଷ ଟଙ୍କା
  • ଲୋକସଭା ଓ ରାଜ୍ୟସଭା ସାଂସଦ ମାସିକ ଦରମା ୧.୪୦ଲକ୍ଷ ଟଙ୍କା ।
    ସରକାରଙ୍କ ଖାତାକୁ ଯିବେ ଏତିକି ଟଙ୍କା
    ପିଏମଙ୍କ ଗୋଟିଏ ବର୍ଷର ଦରମାର ୩୦ ପ୍ରତିଶତ କଟିବା ପରେ ୫.୭୬ଲକ୍ଷଟଙ୍କା ରାଜକୋଷକୁ ଯିବ ।
    -ସାଂସଦଙ୍କ ଏକବର୍ଷର ଦରମାର ୩୦ ପ୍ରତିଶତ କଟିବା ପରେ ୫.୪ଲକ୍ଷ ଟଙ୍କା ସରକାରୀ ରାଜକୋଷକୁ ଯିବ । ଲୋକସଭା ଓ ରାଜ୍ୟସଭାର ୭୯୦ଜଣ ସାଂସଦଙ୍କ ଗୋଟିଏ ବର୍ଷର ଦରମାର ୩୦ ପ୍ରତିଶତ କଟିଲେ ୩୯.୮୧କୋଟି ହେବ ।
    -ସେହିପରି ଦରମା ସହ ସାଂସଦ ପାଣ୍ଠିକୁ ୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହାଦ୍ୱାରା ୭,୯୦୦କୋଟି ଟଙ୍କା ସରକାରୀ ରାଜକୋଷରେ ଜମା ହେବ ।
hiranchal ad1
Leave A Reply

Your email address will not be published.

five − 2 =