କ୍ରାଇମବ୍ରାଞ୍ଚ ନଜରରେ ସାରଥୀ

0 637

ଭୁବନେଶ୍ୱର : ଗତକାଲି ଚୌଦ୍ୱାର ଜେଲରୁ ଆତ୍ମଘୋଷିତ ଭଣ୍ଡବାବା ସାରଥୀ ଓରଫ ସନ୍ତୋଷ ରାଉଳ ବାହାରିବା ପରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟୟ ସୂଚନାଦେଇ କହିଛନ୍ତି ଯେ, ସାରଥୀଙ୍କ ଉପରେ କ୍ରାଇମବ୍ରାଞ୍ଚ ନଜର ରଖିବ । ବେଲ୍ବଣ୍ଡ ସର୍ତ୍ତ ସେ ପାଳନ କରୁଛନ୍ତି କି ନା’ ସେ ନେଇ ଅନୁଧ୍ୟାନ କରାଯିବ ବୋଲି ଏଡିଜି ଶ୍ରୀ ଉପାଧ୍ୟୟ ଆଜି କହିଛନ୍ତି । ଗତକାଲି ସନ୍ତୋଷ ରାଉଳଙ୍କୁ ଜାମିନରେ ଖଲାସ ହୋଇ ଜେଲରୁ ବାହାରିବା ବେଳେ ଚୌଦ୍ୱାର ଜେଲ ଫାଟକ ଆଗରେ ତାଙ୍କର ଅନୁଗାମୀମାନେ ଭିଡ ଜମାଇଥିଲେ । ଏହାଛଡା ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର କେତେକ ଅନ୍ଧ ଅନୁଗାମୀ ସାରଥୀ ସତ୍ସଙ୍ଗ ଆରମ୍ଭ କରିବେ ବୋଲି ସୂଚନା ଦେଉଥିବାରୁ କ୍ରାଇମବ୍ରାଞ୍ଚ ଏଭଳି ପଦକ୍ଷେପ ନେଇଛି । ଉଲ୍ଲେଖଯୋଗ୍ୟ ଯେ, ଜାମିନ ମଞ୍ଜୁର କରିବା ସମୟରେ ଉଚ୍ଚ ନ୍ୟାୟାଳୟ ଜାମିନ ସର୍ତ୍ତରେ କେନ୍ଦ୍ରାପଡା ବାରିମୂଳ ଆଶ୍ରମକୁ ସାରଥୀ ଯିବା ଉପରେ ବାରଣ ରଖିଥିବା ବେଳେ ଧାର୍ମିକ ସମାବେଶ ଓ କାର୍ଯ୍ୟକ୍ରମରେ ଯୋଗ ନ ଦେବା ପାଇଁ ସର୍ତ୍ତ ରଖିଛନ୍ତି । ଏହା ବ୍ୟତୀତ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ, ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେନି ଓ ତଦନ୍ତରେ ସହଯୋଗ କରିବାକୁ ବେଲବଣ୍ଡରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

7 − one =