ଗଜପତି ଏସ୍‌ପିଙ୍କ ନିର୍ଦ୍ଦେଶ: ନୋ ମାସ୍କ୍‌, ନୋ ପେଟ୍ରୋଲ, ଡିଜେଲ୍‌

0 3,634

ପାରଳାଖେମୁଣ୍ଡି: କରୋନା ଆକ୍ରାନ୍ତରୁ ଲୋକଙ୍କୁ ସୁରକ୍ଷା ରଖିବା ପାଇଁ ଆଜିଠାରୁ ବାହାରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ୍ ବ୍ୟବହାର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ଗଜପତି ଜିଲ୍ଲାରେ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଗଜପତି ଏସ୍‌ପି ସାରା ଶର୍ମା ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ପେଟ୍ରୋଲ୍ ପମ୍ପ ମାଲିକମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନର ଏହି ଭୟଙ୍କର କରୋନା ସଂକ୍ରମଣ ସମୟରେ ନିଜକୁ ରକ୍ଷା ପାଇଁ ମାସ୍କ୍ ପିନ୍ଧିବା ଆବଶ୍ୟକ । ଏ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ । ତେଣୁ ମାସ୍କ୍ ପିନ୍ଧି ନଥିବା ବ୍ୟକ୍ତିମାନଙ୍କୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ନଦେବା ପାଇଁ ଏସ୍‌ପି ସାରା ଶର୍ମା ଜଣାଇଛନ୍ତି । ଗଜପତି ଏସ୍‌ପିଙ୍କ ପୁଣି ଏହି ନୂଆ ପ୍ରୟାସ ସମସ୍ତେ ପିନ୍ଧୁନ୍ତୁ ମାସ୍କ୍ ଯାହାକି ସାଧାରଣଙ୍କୁ ସୁରକ୍ଷା କବଚ ହୋଇପାରିବ । ବାସ୍ତବିକ ଗଜପତି ଏସ୍‌ପି ସାରା ଶର୍ମାଙ୍କ ଏ ପଦକ୍ଷେପ ସ୍ୱାଗତଯୋଗ୍ୟ ଅଟେ ।

hiranchal ad1
Leave A Reply

Your email address will not be published.

5 × 2 =