ଗ୍ରାମାଞ୍ଚଳରେ କରୋନା ସମ୍ପର୍କରେ ସଚେତନ କଲେ ପୂର୍ବତନ ବିଜେପି ସଭାପତି

0 142

ଭଦ୍ରକ: କରୋନା ମହାମାରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ର ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟପ୍ରଣାଳୀ କୁ ଅନେକ ଦେଶ ପ୍ରଶଂସା କରୁଛନ୍ତି ।ଏହି ସମୟରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତାକୁ ଗ୍ରାମାଞ୍ଚଳରେ ଥିବା ଆଦିବାସୀଙ୍କ ପାଖରେ ପହଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି ଭଦ୍ରକ ଜିଲ୍ଲା ପୂର୍ବତନ ବି ଜେ ପି ସଭାପତି ବଦ୍ରିନାରାୟନ ଧଳ । ଗ୍ରାମକୁ ଗ୍ରାମ ବୁଲି କେମିତି ସାମାଜିକ ଦୂରତା ରଖି କରୋନା ସହିତ ଲଢ଼ିବାକୁ ହେବ ଓ ପ୍ରଶାସନ ଦ୍ୱାରା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ଲୋକମାନଙ୍କୁ ବୁଝାଇଥିଲେ । ତା ସହିତ ପହଁଚିଥିଲେ ନିଜ ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଂଚାୟତର ଗନ୍ଧର୍ବବିନ୍ଧା ଆଦିବାସୀ ସାହିରେ ମାସ୍କ ଓ ହାତଧୁଆ ସାବୁନ ବଣ୍ଟନ କରିବା ସହିତ କରୋନା ମହାମାରୀ କୁ ନଡରିବା ପାଇଁ ସଚେତନ କରିଥିବାର ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

10 − 9 =