ଢେଙ୍କାନାଳ ସହରବାସୀଙ୍କୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ନିବେଦନ

0 612

ଢେଙ୍କାନାଳ :ସାରା ଦେଶରେ କରୋନା ର ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ଏହାର ପଜେଟିଭ୍ ସଂଖ୍ୟା ୪୪ରେ ପହଞ୍ଚିଛି । ଢେଙ୍କାନାଲ ଜିଲ୍ଲାରେ ପ୍ରଥମ କରି ଜଣେ ମହିଳାଙ୍କ ଠାରେ କରୋନା ପଜେଟିଭ୍ ରହିଥିବା ସଂପର୍କରେ ଜଣାପଡିବା ପରେ ସହର ବାସି ଚିନ୍ତାରେ ପଡିଯାଇଛନ୍ତି । ରାଜ୍ୟ ସରକାର ଏଥି ନିମନ୍ତେ ବିଭିନ୍ନ ଯୋଜନା ମାନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷିରେ ଢେଙ୍କାନାଳ ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଜଲ୍ଲାରେ ଥିବା ବିଜୁ ଜନତାଦଳର ଶୁଭେତ୍ସୁ ଓ ସମସ୍ତ ନାଗରିକ ଙ୍କ ସମେତ ଢେଙ୍କାନାଳ ସହର ମଧ୍ୟରେ ଥିବା ନାଗରିକ ମାନଙ୍କୁ ରାଜ୍ୟ ସରକାର ଜାରି କରିଥିବା ‘ କୋଭିଡ୍‌- ୧୯’ ପାଇଁ ସମସ୍ତ ନିୟମକୁ ପାଳନ କରିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ ମୋ ଜୀବନ’ କାର୍ଯ୍ୟକ୍ରମ ମାଧ୍ୟମରେ କରିଥିବା ଶପଥକୁ ମନେପକାଇ ପରାମର୍ଶ ଦେବା ସହ ସହର ବାସୀଙ୍କୁ ନେବେଦନ କରି କହିଛନ୍ତି ଯେ ଯଦି କୌଣସି ଜରୁୁରୀ କାର୍ଯ୍ୟ ନାହିଁ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଯଦି ଜରୁରୀ କାମରେ ବାହାରକୁ ଯିବାକୁ ପଡୁଛି ତେବେ ମାକ୍ସ ପିଦ୍ଧି ଯାଆନ୍ତୁ, ଘରକୁ ଫେରି ସାବୁନରେ ଅତିକମ୍ ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ହାତ ଧୁଅନ୍ତୁ । ଯାହଫଳରେ କରୋନା ଭୁତାଣୁ ବ୍ୟାପିବ ନାହିଁ । ଭୟଭିତ ନହୋଇ ଏହାକୁ ପ୍ରତିହତ କରିବା ପାଇଁ ସଜାଗ ରୁହନ୍ତୁ । ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ବୋଲି କହିବା ସହ ଅତ୍ୟାବଶ୍ୟକ ସାମଗ୍ରୀକୁ ଆଣିବାକୁ ଗଲା ବେଳେ ‘ସାମାଜିକ ଦୁରତା’ ବଜାୟ ରଖନ୍ତୁ । କରୋନା ହାରିବ ଓଡିଶା ଜିତିବ ବୋଲି ଏକ ପ୍ରସେବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × 1 =