ଚାଷୀଙ୍କ ପାଇଁ ଖୁସି ଖବର: ରବିଧାନ ସଂଗ୍ରହ ପାଇଁ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି

0 688

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରାଯିବା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ରବି ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣର ସମୟସୀମାକୁ ଅପ୍ରେଲ୍ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ରବି ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ସମୟସୀମା ଅପ୍ରେଲ୍ ୭ ତାରିଖ ଯାଏ ଥିଲା । ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଚାଷୀମାନେ ଅନ୍‌ଲାଇନ୍ ମାଧ୍ୟମରେ ମାର୍ଚ୍ଚ ୧ ତାରିଖରୁ ଅପ୍ରେଲ୍ ୭ ତାରିଖ ମଧ୍ୟରେ ସେମାନଙ୍କର ନାମ ନୂତନ ଭାବେ ପଞ୍ଜୀକରଣ କିମ୍ବା ପଞ୍ଜୀକୃତ ନାମକୁ ନବୀକରଣ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ନାମ ପଞ୍ଜୀକରଣ ତାଲିକା ସମ୍ବନ୍ଧରେ ଆପତ୍ତି ଓ ଅଭିଯୋଗ ଦାଖଲ କରିବାର ସମୟସୀମାକୁ ମଧ୍ୟ ଅପ୍ରେଲ୍ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × 5 =