ଭିମସାର ରୁ ୪ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା

0 106

ସମ୍ବଲପୁର : ସମଗ୍ର ଦେଶରେ କରୋନା ସ°କ୍ରମଣ କୁ ସ୍ଥିତି ଏତେ ଉଦବେଗଜନକ ହୋଇଥିଲେ ମଧ୍ୟ ଭିମସାରରେ ଏ ପର୍ଯ୍ୟନ୍ତ ଏହାର ପରୀକ୍ଷାକେନ୍ଦ୍ର କାର୍ଯ୍ୟକାରୀ ହୋଇ ପାରି ନାହିଁ, ଯଦିଓ ଏହା ଉପରେ ସମଗ୍ର ପଶ୍ଚିମ ଓଡିଶା ସହିତ ସୀମାନ୍ତ ଅଞ୍ଚଳର ଗାଁଲୋକେ ଆଶ୍ରିତ ରହନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଦିଗ୍ଧ ୪ ଜଣଙ୍କ ସ୍ବାବ ଓ ରକ୍ତ ନମୁନା ପରୀକ୍ଷା ପାଇଁ ଏଠାରୁ ଭୁବନେଶ୍ୱର ପଠାଯାଇଛି । ଏହାପରେ ସେହି ୪ଜଣ ଙ୍କୁ ଭିମସାର ନୋଡାଲ ସେଣ୍ଟର ରେ ସଞ୍ଚାଳିତ ଆଇସୋଲେସନ କେନ୍ଦ୍ର ରେ ନିରୀକ୍ଷଣ ପାଇଁ ରଖା ଯାଇଛି ଓ ସେମାନଙ୍କ ରିପୋର୍ଟ ର ଅପେକ୍ଷା କରା ଯାଉଛି । ସାଧାରଣତଃ ଭୁବନେଶ୍ୱର ରୁ ରିପୋର୍ଟ ଆସିବାରେ ଅନେକ ବିଳମ୍ବ ହେଉଥିଲେ ମଧ୍ୟ ଆଉ ଅନ୍ୟ କୌଣସି ଉପାୟ ନାହିଁ । ଗତ ଫେବୃଆରୀ ୨୫ ତାରିଖରେ ଭିମସାର କୁ ପ୍ରଥମ ସନ୍ଦିଗ୍ଧ କରୋନା ମାମଲା ଆସିଥିଲା ଓ ଏହାପରେ ନିୟମିତ ରୂପେ ଏପରି ଅନେକ ମାମଲା ଆସୁଛି । ଏଠାରେ ନୋଡାଲ ସେଣ୍ଟର ଘୋଷଣା କରାଯାଇଥିଲେ ମଧ୍ୟ ନମୁନା ପରୀକ୍ଷା କେନ୍ଦ୍ର କାର୍ଯ୍ଯକାରୀ ହୋଇ ନ ଥିବାରୁ ରୋଗୀ ଙ୍କ ସ୍ବାବ ଓ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର କୁ ପଠାଇବାକୁ ପଡୁଛି । ହେଲେ ସୌଭାଗ୍ୟ ବଶତଃ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ପଜିଟିଭ ଆସି ନ ଥିବାରୁ କିଛିକା°ଶରେ ସମସ୍ତେ ଆଶ୍ବସ୍ତ ଅଛନ୍ତି ।

hiranchal ad1
Leave A Reply

Your email address will not be published.

3 × 5 =