କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସିଲ୍ କଲା ବିଏମ୍‌ସି

0 549

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ (ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସି ବ୍ୟୁରୋ ଅଫିସ୍ )କୁ ବିଏମ୍‌ସି ୧୪ ଦିନ ପାଇଁ ଆଜି ସିଲ୍ କରିଛି । ଏ ସମ୍ପର୍କରେ ବିଏମ୍‌ସିର କମିଶନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ । ତେଣୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହିତ କାର୍ଯ୍ୟାଳୟକୁ ୧୪ ଦିନ ପାଇଁ ସିଲ୍ କରିଦିଆଯାଇଛି । ତେବେ କାର୍ଯ୍ୟାଳୟ ସମ୍ମୁଖରେ ବିଏମ୍‌ସି ପକ୍ଷରୁ ଲଗାଯାଇଥିବା ନୋଟିସରେ ଥିବା ତାରିଖଟି ମାର୍ଚ୍ଚ ୬, ୨୦୨୦ରୁ ୧୯ ମାର୍ଚ୍ଚ ୨୦୨୦ ଉଲ୍ଲେଖ ଥିଲା । ତେବେ ଏ ସଂପର୍କରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଦୃଷ୍ଟିକୁ ଅଣାଯିବାରୁ କମିଶନର ଶ୍ରୀ ଚୌଧୁରୀ କହିଥିଲେ ଏହା ମୁଦ୍ରଣ ଜନିତ ତୃଟି । ଏଥିରେ ପରେ ସଂଶୋଧନ କରାଯାଇଛି ।

hiranchal ad1
Leave A Reply

Your email address will not be published.

three × 5 =