ଉତ୍ତକୋରିଆକୁ କରୋନା ଭୂତାଣୁ ସଂକ୍ରମିତ ନହେବା ନେଇ ଉଠିଲାଣି ପ୍ରଶ୍ନ

0 653

ଲଣ୍ଡନ : ପଡ଼ୋଶୀ ରାଷ୍ଟ୍ର ଚୀନ୍ କରୋନାର ଉତ୍ପତ୍ତିସ୍ଥଳ ହୋଇଥିଲାବେଳେ ଏହି ଭୂତାଣୁ କିପରି ଉତ୍ତର-କୋରିଆକୁ ସଂକ୍ରମିତ ନହେଲା ସେଥିନେଇ ବିଶେଷଜ୍ଞ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିଓଲର ଜଣେ ଗବେଷକ ରାଚେଲ ମିନୟୋଙ୍ଗ କହିଛନ୍ତି, ଉତ୍ତର-କୋରିଆରେ କରୋନା ସଂକ୍ରମଣ ନହେବା ଆଶ୍ଚର୍ଯ୍ୟର ବିଷୟ । ବିଶ୍ୱର ୨୦୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର କୋଭିଡ-୧୯ ଦ୍ୱାରା ପ୍ରଭାବିତ ହୋଇଛି । ଏହି ବିଶ୍ୱ ମହାମାରୀ କବଳରୁ କୌଣସି ପ୍ରମୁଖ ରାଷ୍ଟ୍ର ବାଦ୍ ପଡ଼ିନାହିଁ । ଏପରିକି ଆମେରିକା, କାନାଡ଼ା, ମେକ୍ସିକୋ, ଋଷିଆ, ଚୀନ୍‌, ଇଟାଲୀ, ସ୍ପେନ୍ ଭଳି ସମୃଦ୍ଧ ରାଷ୍ଟ୍ରଗୁଡ଼ିକ କରୋନା ପ୍ରଭାବରୁ ବାଦ୍ ପଡ଼ିନାହାନ୍ତି । ମଧ୍ୟପ୍ରାଚ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଇରାନ୍ । ତେବେ ବିଶ୍ୱରେ ଏଭଳି କେତୋଟି ଛୋଟିଆ ରାଷ୍ଟ୍ର ରହିଛି ଯେଉଁଠିକି ଏପର୍ଯ୍ୟନ୍ତ କରୋନା ପହଞ୍ôଚ ପାରିନାହିଁ । ମିଳିଥିବା ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ସୋଲେମନ ଆଇଲ୍ୟାଣ୍ଡ୍‌, ଭାନୌଟୁ, ସାମୋଆ, କିରିବାଟି, ମାଇକ୍ରୋନେସିଆ, ଟୋଙ୍ଗା, ମାର୍ଶାଲ ଆଇଲ୍ୟାଣ୍ଡ୍‌ସ ପାଲାଉ, ଟୁଭାଲୁ ଓ ନାଉରୁରେ ଏପର୍ଯ୍ୟନ୍ତ କେହି କରୋନାରେ ସଂକ୍ରମିତ ହୋଇନାହାନ୍ତି । କୌତୁହଳର ବିଷୟ ଉତ୍ତରକୋରିଅ । ଏବଂ ଏସିଆର ୟେମେନ୍‌, ତୁର୍କମେନିସ୍ତାନ ଓ ତାଜିକସ୍ତାନରେ କରୋନା ସଂକ୍ରମଣର ରିପୋର୍ଟ ମିଳିନଥିବା କୁହାଯାଉଛି । ତେବେ ଉତ୍ତର-କୋରିଆରେ କରୋନା ସଂକ୍ରମଣ ପ୍ରସଙ୍ଗରେ ଅନ୍ତର୍ଜାତୀୟ ମହଲରେ ଭିନ୍ନମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

11 − 10 =