ଅମାନିଆଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ : ୧୦୦ରୁ ଅଧିକ ବାଇକ ଜବତ

0 78

ଭଦ୍ରକ :ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଲାଗୁ ହୋଇଛି କଡା ନିୟମ l ଯେଉଁମାନେ ବାଇକ ଓ ଚାରି ଚକିଆ ଯାନରେ ସହରକୁ ଆସୁଛନ୍ତି, ସେମାନଙ୍କ ନିକଟରୁ ବଡ ଆକାରର ଜୋରିମାନା ଆଦାୟ କରାଯିବ ବୋଲି ଗତକାଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା l ତଥାପି ଆଜି ବହୁ ଲୋକ ଏହି କଟକଣାକୁ ନମାନି ଆଜି ବାଇକ ଓ ଚାରି ଚକିଆ ଯାନରେ ବିଭିନ୍ନ ସାମଗ୍ରୀ କିଣିବା ଆଳରେ ବଜାରକୁ ଆସିଥିଲେ l ଯାହାକି ପୋଲିସ ସେହି ଗାଡି ଗୁଡିକ ଜବତ କରି ଟାଉନ ଥାନାକୁ ଆଣିଛି l ଏପର୍ଯ୍ୟନ୍ତ ୧୦୦ରୁ ଉର୍ଧ୍ଵ ବାଇକ ଓ ୫ଟି ଚାରି ଚକିଆ ଯାନକୁ ଜବତ କରାଯାଇଛି l ଜବତ ବାଇକ ଚାଳକଙ୍କ ନିକଟରୁ ୨୦୦୦ ଟଙ୍କା ଓ ଚାରି ଚକିଆ ଯାନ ନିକଟରୁ ୫୦୦୦ ଟଙ୍କା ଜୋରିମାନା ଆଦାୟ ହେବ ବୋଲି ଗତ କାଲି ପୋଲିସ ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଥିଲା। ଗତକାଲି ଲୋକମାନେ ଲକ ଡାଉନ ନିୟମ ଭଙ୍ଗ ଓ ସାମାଜିକ ଦୂରତ୍ୱ ଅବଲମ୍ବନ ନକରି ବଜାରରୁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଗହଳି ଜମାଇଥିଲେ । ଯାହାକି ଆଜି ଏହି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆଦାୟ ହୋଇଥିବା ଜୋରିମାନାକୁ Covid 19 ଫଣ୍ଡରେ ଜମା ହେବ ବୋଲି ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

fifteen − 5 =