ଟ୍ରାନ୍‍ସଜେଣ୍ଡର ଅଧିକାର ସୁରକ୍ଷା ବିଲ୍‍-୨୦୧୯- ଟ୍ରାନ୍‍ସଜେଣ୍ଡରଙ୍କ ସମ୍ମାନର ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ: ଅଚ୍ୟୁତ ସାମନ୍ତ

0 633

ଭୁବନେଶ୍ୱର: ଟ୍ରାନ୍‍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‍-୨୦୧୯ ଟ୍ରାନ୍‍ସଜେଣ୍ଡରଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହ ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ ବୋଲି ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି ଲୋକସଭାରେ ଟ୍ରାନ୍‍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‍ ୨୦୧୯ ଆଲୋଚନାରେ ଭାଗ ନେଇ ସାଂସଦ ଶ୍ରୀ ସାମନ୍ତ କହିଲେ, ଟ୍ରାନ୍‍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‍ ୨୦୧୮ରେ କେତେକ ବଳିଷ୍ଠ ସଂଶୋଧନ ଅଣାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଜୁ ଜନତା ଦଳ ପକ୍ଷରୁ ଏହି ବିଲ୍‍କୁ ସମର୍ଥନ କରିବା ସହ ଟ୍ରାନ୍‍ସଜେଣ୍ଡରମାନେ ସମାଜରେ ସବୁଠାରୁ ଅଧିକ ଅବହେଳିତ ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି ବିଲ୍‍ ଟ୍ରାନ୍‍ସଜେଣ୍ଡରଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହ ବଞ୍ôଚବା ସୁନିଶ୍ଚିତ କରିବ । ଶିକ୍ଷାର ଅଭାବ ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ôଚତ ଭଳି ଅନେକ ସମସ୍ୟାର ସମାଧାନ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‍ କରିବାରେ ଏହି ବିଲ୍‍ ସହାୟକ ହେବ । ଆମ ସମ୍ବିଧାନ ସମସ୍ତଙ୍କୁ ସମ୍ମାନର ସହ ବଞ୍ôଚବାର ଯେଉଁ ଅଧିକାର ଦେଇଛି, ଟ୍ରାନ୍‍ସଜେଣ୍ଡରଙ୍କ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକୁ ସୁନିଶ୍ଚିତ କରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ ।

hiring

ସମାଜରେ ଅନ୍ୟମାନେ ଏମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ଏମାନଙ୍କ ସମ୍ପର୍କରେ ପଚରାଗଲେ ଏମାନେ ଟ୍ରେନ୍‍ ଓ ଟ୍ରାଫିକ୍‍ ଛକରେ ଭିକ୍ଷାବୃତ୍ତି କରୁଥିବା ଅନେକେ କହିଥାନ୍ତି । କେହି କେହି ସେମାନଙ୍କ ଖରାପ ବ୍ୟବହାର ସମ୍ପର୍କରେ ଅଭିଯୋଗ ବଖାଣିଥାଆନ୍ତି । ସେମାନଙ୍କର ଏଭଳି ଦୁର୍ଦ୍ଦଶା ପାଇଁ ଆମେ ହିଁ ଦାୟୀ । ଟ୍ରାନ୍‍ସଜେଣ୍ଡରମାନେ ନିଜ ପରିବାର ଦ୍ୱାରା ଲାଞ୍ଛିତ ଓ ନିର୍ଯାତିତ ହେବା ସହ ଅନ୍ୟମାନଙ୍କ କ୍ରୁର ବ୍ୟବହାରରେ ଅତିଷ୍ଠ ହୋଇ ବଞ୍ଚିବା ପାଇଁ ଏଭଳି କାର୍ଯ୍ୟକୁ ଆପଣାଇ ନେଇଥାନ୍ତି । ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ଉଦାହରଣ ଦେଇ ଶ୍ରୀ ସାମନ୍ତ କହିଲେ, ବହୁ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ଭଳି ବ୍ୟକ୍ତିମାନେ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛନ୍ତି । ନିଜର ଲକ୍ଷ୍ୟ ହାସଲ କରି ଅନ୍ୟମାନଙ୍କ ସମକକ୍ଷ ବୋଲି ସାହସର ସହ ପ୍ରମାଣିତ କରିପାରିଛନ୍ତି । ଲକ୍ଷ୍ମୀନାରାୟଣ ତ୍ରିପାଠୀ ଟ୍ରାନ୍‍ସଜେଣ୍ଡରଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ଲାଗି ଲଗାତାର ଲଢ଼େଇ କରି ଶେଷରେ ସର୍ବୋଚ୍ଚ ନ୍ୟାୟାଳୟରେ ସଫଳ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଏବେ ସେମାନେ ପାନ୍‍ କାର୍ଡ, ଆଧାର କାର୍ଡ, ପାସ୍‍ପୋର୍ଟ ଆଦି ଅନେକ କିଛି ସୁବିଧା ପାଇ ସମାଜରେ ଅନ୍ୟମାନଙ୍କ ଭଳି ସମାନ ଅଧିକାର ପାଇପାରୁଛନ୍ତି । ଉଭୟ ଲିଙ୍ଗୀ ହୋଇ ଜନ୍ମ ନେବା ସେମାନଙ୍କର ଦୋଷ ନୁହେଁ, ଏହା ମାନବ ଶରୀରରେ ଏକ ଜୈବିକ ପରିବର୍ତ୍ତନ । ଏହି ବିଲ୍‍ ଦ୍ୱାରା ସେମାନେ ଅନ୍ୟମାନଙ୍କ ଭଳି ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଓ ସାମାଜିକ ସମ୍ମାନ ଅଧିକାର ପାଇ ପାରିବେ । ଏହି ପରିପେକ୍ଷୀରେ ନ୍ୟାସ୍‍ନାଲ୍‍ ଟ୍ରାନ୍‍ସଜେଣ୍ଡର ପରିଷଦରେ ୫ଜଣଙ୍କ ପରିବର୍ତ୍ତେ ୧୦ଜଣ ଟ୍ରାନ୍‍ସଜେଣ୍ଡର ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ଶ୍ରୀ ସାମନ୍ତ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରାଳୟ ସମେତ ଏହି ପରିଷଦରେ ସଦସ୍ୟ ଥିବା ଅନ୍ୟ ମନ୍ତ୍ରାଳୟଗୁଡ଼ିକୁ ଅନୁରୋଧ କରିଥିଲେ । ସେମାନଙ୍କ ସ୍ୱରକୁ ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାନ୍‍ସଜେଣ୍ଡରଙ୍କୁ ବିପିଏଲ୍‍ଙ୍କ ଭଳି ରିହାତି ଦରରେ ଚାଉଳ, କିରୋସିନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା ଭଳି ସୁବିଧା ପ୍ରଦାନ କରିଛନ୍ତି । ମୀରା ପରିଡ଼ାଙ୍କ ଭଳି ଟ୍ରାନ୍‍ସଜେଣ୍ଡରଙ୍କୁ ରାଜନୈତିକ ପଦବୀରେ ଅବସ୍ଥାପିତ କରାଇଛନ୍ତି । ସେମାନଙ୍କୁ ସୁଯୋଗ ଦିଆଗଲେ ସେମାନେ ମଧ୍ୟ ସମାଜରେ ଅନ୍ୟମାନଙ୍କ ସହ ସମକକ୍ଷ ହୋଇପାରିବେ । ବିଚାରପତିଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେମାନେ ସେମାନଙ୍କର ଦକ୍ଷତା ପ୍ରମାଣିତ କରିଛନ୍ତି । ଟ୍ରାନ୍‍ସଜେଣ୍ଡରଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାରେ ଦେଶର ପ୍ରଥମ ଅନୁଷ୍ଠାନ ଭାବେ କିଟ୍‍ ଓ କିସ୍‍ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

13 − two =