ପାଟକୁରା : ସପ୍ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୧୭୯୧ ଭୋଟ ଆଗରେ ରହିଛନ୍ତି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୪୨,୦୩୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୦,୨୪୬ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମାତ୍ର ୧୧୦୭ ଭୋଟ ପାଇ ବହୁ ପଛରେ ରହିଛନ୍ତି ।
![hiring](https://hiranchallive.in/wp-content/uploads/2021/10/WhatsApp-Image-2021-10-19-at-9.23.48-PM.jpeg)
ଆଜି ପାଟକୁରା ଆସନର ଫଳାଫଳ ଆସିବ । ଏଥିରେ ବିଗ ଫାଇଟ ଦେଖିବାକୁ ମିଳିଥିଲା । ବିଜେଡି ପକ୍ଷରୁ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓର୍ଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ ।କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ।
ତେବେ ପ୍ରଥମ ପାଂଚୋଟି ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗରେ ରହିଥିଲେ । ତେବେ ଆହୁରି ୧୧ଟି ରାଉଣ୍ଡରେ ଗଣତି ବାକି ରହିଥିବା ବେଳେ ସମୀକରଣ ବଦଳିବାର ସମ୍ଭାବନା ରହିଛି ।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)